ନୂଆଦିଲ୍ଲୀ: ଏଣିକି ୧୬ ଡିଗ୍ରୀ ସେଲ୍ସିୟସ୍ ନୁହେଁ ବରଂ ୨୪ ଡିଗ୍ରୀ ସେଲ୍ସିୟସ୍ରେ ଆପଣଙ୍କ ଘରର ଏସି ଚାଲିବ। ଅର୍ଥାତ୍ ଚଳିତ ବର୍ଷ ଗରମରୁ ରକ୍ଷା ପାଇବା ପାଇଁ ଆପଣ ଯେତେବେଳେ ନୂଆ ଏସି (AC) କିଣିବାକୁ ଯିବେ ତେବେ ଆପଣଙ୍କ ଏସିର ତାପମାନ ୨୪ ଡିଗ୍ରୀ ସେଲ୍ସିୟସ୍ରୁ ଆରମ୍ଭ ହେବ।
ଏଣିକି ଏସିର Default temperature ୨୪ ଡିଗ୍ରୀ ସେଲ୍ସିୟସ୍ ରହିବ। ଏନେଇ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତ ବ୍ରାଣ୍ଡ୍ର ଷ୍ଟାର୍ ରେଟିଙ୍ଗ୍ ଏସି ପାଇଁ ଏହି ବିଜ୍ଞପ୍ତି ଜାରି ହୋଇଛି।
କେନ୍ଦ୍ର ସରକାର, The Bureau of Energy Efficiency (BEE) ସହ ପରାମର୍ଶ କରି ଏସି ପାଇଁ ଏହି ନୂଆ ଏନର୍ଜି ପର୍ଫର୍ମାନ୍ସ ଷ୍ଟାଣ୍ଡାର୍ଡର ନିଷ୍ପତ୍ତି ନେଇଛି। BEE ରୁ ଷ୍ଟାର୍ ରେଟିଙ୍ଗ୍ ପାଉଥିବା ସମସ୍ତ ଏସି ପାଇଁ ୨୪ ଡିଗ୍ରୀ ସେଲ୍ସିୟସ୍ ଡିଫଲ୍ଟ୍ ସେଟିଙ୍ଗ୍ ରହିବା ବାଧ୍ୟତାମୂଳକ। ଏହି ନୂଆ ନିୟମ ୨୦୨୦,ଜାନୁଆରୀ ୧ ରୁ ଲାଗୁ ହୋଇସାରିଛି।
ନୂଆ ନିୟମ ଅନୁସାରେ, ଆପଣ ଯେତେବଳେ ଏସି ଅନ୍ କରିବେ ଏହାର ଡିଫଲ୍ଟ୍ ସେଟିଙ୍ଗ୍ ୨୪ ଡିଗ୍ରୀ ହେବ। ଆପଣ ଚାହିଁଲେ ସୁବିଧା ଅନୁସାରେ ଏଥିରେ ପରିବର୍ତ୍ତନ କରିପାରିବେ। ହେଲେ ପୂର୍ବରୁ ଏହାର ତାପମାନ ଯେଉଁ ୧୬ ଡିଗ୍ରୀ ସେଲ୍ସିୟସ୍ ରହୁଥିଲା ଏବେ ଏହା ୨୪ ଡିଗ୍ରୀ ସେଲ୍ସିୟସ୍ ରହିବ। କିଭଳି ଭାବରେ ବିଦ୍ୟୁତ୍ ଅଧିକରୁ ଅଧିକ ସଞ୍ଚୟ ହୋଇପାରିବ ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ଇଣ୍ଟରନ୍ୟାସ୍ନାଲ୍ ଏନର୍ଜି ଏଜେନ୍ସି ରିପୋର୍ଟ ଅନୁସାରେ, ୨୦୫୦ ସୁଦ୍ଧା ବିଶ୍ୱରେ ଏସିର ସବୁଠୁ ଅଧିକ ଚାହିଦା ଭାରତରେ ରହିବ।
from OTV Khabar. https://ift.tt/37zk17Q
No comments: