ଆଜି ବିମାନ କମ୍ପାନୀଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ । ଯୋଗଦେବେ ୨୫ କମ୍ପାନୀର ପ୍ରତିନିଧି, ହୋଇପାରେ ବଡ ଘୋଷଣା Kanak News

କନକ ବ୍ୟୁରୋ: ଆଜି ହୋଇପାରେ ବଡ ଘୋଷଣା । ଓଡିଶାରେ ବିମାନ ଚଳାଚଳ ନେଇ ଆଜି ରାଜ୍ୟ ସରକାରଙ୍କ ସହ ସମସ୍ତ ଏୟାରଲାଇନ ସିଇଓଙ୍କ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବୈଠକରେ କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରାମାଳୟର ସଚିବ ଓ ଅଧିକାରୀ ଉପସ୍ଥିତ ରହିବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ହେବ ବୈଠକ । ଓଡିଶାର ସମସ୍ତ ବିମାନ ବନ୍ଦର କତୃପକ୍ଷ ସାମିଲ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସଚିବ ପ୍ରଦୀପ ସିଂ ଖାରୋଲା, ଯୁଗ୍ମ ସଚିବ ଉଷା ପାଢୀ, ଏ. ରସ୍ତୋଗୀ, ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଅରବିନ୍ଦ ସିଂ, ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ ବରୁଣ ଭେଙ୍କଟେଶ୍ୱର ରାଓଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।
ନୂଆ କରି ହୋଇଥିବା ବିମାନ ବନ୍ଦର ଯଥା ରାଉରକେଲା, ଝାରସୁଗୁଡା ଜୟପୁର ଏୟାରଷ୍ଟ୍ରିପର ଭିତିଭୂମି ଉନ୍ନତିକରଣ ନେଇ ହେବ ଆଲୋଚନା । ଏଥିରେ ମୁଖ୍ୟତଃ ଭୁବନେଶ୍ୱରରୁ ଅଧିକରୁ ଅଧିକ ଅନ୍ତର୍ଜାତିୟ ବିମାନ ସେବା ନେଇ ଆଲୋଚନା ହେବ । ଆବୁଧାବି ଓ ଅନ୍ୟ ସ୍ଥାନକୁ ବିମାନ ଚଳାଚଳ ଘୋଷଣା ହୋଇପାରେ । ରାଜ୍ୟ ସରକାରଙ୍କ ପ୍ରସ୍ତାବରେ ଆଗ୍ରହୀ ଏୟାରଲାଇନ୍ସମାନେ ନିଜ ନିଜ ପକ୍ଷ ରଖିବେ । ନୂଆ ବିମାନ ଚଳାଚଳ ନେଇ ହେବ ସମୀକ୍ଷା ବୈଠକ । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ହେବ ଏହି ବୈଠକ । ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଥିବା ଓୟୁଏଟି ବସ୍ତିକୁ ଉଚ୍ଚେଦ କରି ଟ୍ୟାକ୍ସି ଟ୍ରାକ ନିର୍ମାଣ , ବୀର ସୁରେନ୍ଦ୍ର ସାଏ ଏଆରପୋର୍ଟ, ରାଉରକେଲା ଏଆରପୋର୍ଟ, ଜୟପୁର ଏଆରଷ୍ଟ୍ରିପ, ଉତକେଳା ଏଆରଷ୍ଟ୍ରିପ ଇତ୍ୟାଦିର ଉନ୍ନତିକରଣ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବା ନେଇ ସୁଚନା ମିଳିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଆହୁରି ପ୍ରସ୍ତାବ ମଧ୍ୟ ରଖାଯାଇପାରେ ।
ସେପଟେ, ଏଲାୟନ୍ସ ଏୟାର ପକ୍ଷରୁ ଝାରସୁଗୁଡାରୁ କୋଲକାତା, ରାୟପୁର ଓ ବାରାଣସୀ ମଧ୍ୟରେ ନୂତନ ବିମାନ ସେବା । ଆସନ୍ତା ୨୭ ତାରିଖରୁ ଝାରସୁଗୁଡାଠାରୁ କୋଲକାତା ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଚାରି ଦିନ ପାଇଁ ଉଡାଣର ସମସସୀମା ପ୍ରକାଶ ପାଇଛି । ଏହି ଚାରିଦିନ ବିମାନ, କୋଲକାତାରୁ ୧୧ଟା ୪୫ ମିନିଟରେ ଛାଡିବ । ବିମାନ ଝାରସୁଗୁଡାରେ ପହଂଚିବାକୁ ୧ ଘଂଟା ୧୫ ମିନିଟ୍ ସମୟ ଲାଗିବ । ପରେ ସେହି ବିମାନ ଝାରସୁଗୁଡାରୁ ୧ଟା ୪୫ ମିନିଟରେ ଛାଡିବ ଏବଂ କୋଲକାତାରେ ୩ଟା ୧୫ରେ ପହଂଚିବ । ଜାନୁଆରୀ ୩୧ ତାରିଖରୁ ଏଲାୟନ୍ସ ଏୟାର ତାର ନୂଆ ସମୟ ସାରଣୀ ଆରମ୍ଭ କରିଛି ।
from Kanak News https://ift.tt/30FxQiT https://ift.tt/36aOSri
No comments: