ଜଳିଗଲା ଲକ୍ଷାଧିକ ଟଙ୍କାର ଫ୍ୟାନ୍, ଇଣ୍ଡକସନ କୁକର୍ Minati Mishra

କଟକ: କଟକ ବାଦାମବାଡ଼ି ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏକ ଇଲେକ୍ଟ୍ରୋନିକ୍ସ ଗୋଦମରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି।

ଏହି ଇଲେକ୍ଟ୍ରୋନିକ୍ସ ଗୋଦାମରେ ସକାଳୁ ସକାଳୁ ନିଆଁ ଲାଗି ଯାଇଥିଲା। ଉପର ମହଲାର ଜଣେ ବ୍ୟକ୍ତି ଶୌଚ ହେବା ପାଇଁ ଉଠିଥିବାବେଳେ ପ୍ରଥମେ ନିଆଁକୁ ଦେଖି ଅନ୍ୟମାନଙ୍କୁ ଉଠାଇଥିଲେ। ପରେ ଦମକାଳ ବାହିନୀକୁ ଖବର ଦିଆଯାଇଥିଲା।

୩ଟି ଦମକଳ ଗାଡ଼ି ଆସି ନିଆଁକୁ  ଆୟତ୍ତ କରିଥିଲେ। ଗୋଦାମ ଭିତରେ ଫସି ରହିଥିଲେ ୩ ଜଣ। ସେମାନଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଥିଲେ।

ଏହି ଇଲେକ୍ଟ୍ରୋନିକ୍ସ ଗୋଦାମରେ ଫ୍ୟାନ୍, ଇଣ୍ଡକସନ କୁକର୍ ପରି ଇଲେକ୍ଟ୍ରିକାଲ ସାମଗ୍ରୀ ଥିଲା। ତା ସହିତ ଅନେକ ପ୍ଲାଷ୍ଟିକ ଉପକରଣ ମଧ୍ୟ ଥିଲା। ତେବେ ଗୋଦାମରେ ନିଆଁ କିପରି ଲଗିଲା ତାହା ଜଣା ପଡ଼ିନାହିଁ।



from OTV Khabar. https://ift.tt/2NOW1WY
ଜଳିଗଲା ଲକ୍ଷାଧିକ ଟଙ୍କାର ଫ୍ୟାନ୍, ଇଣ୍ଡକସନ କୁକର୍ Minati Mishra ଜଳିଗଲା ଲକ୍ଷାଧିକ ଟଙ୍କାର ଫ୍ୟାନ୍, ଇଣ୍ଡକସନ କୁକର୍ Minati Mishra Reviewed by SUBHENDU BARAL on January 22, 2020 Rating: 5

No comments:

Powered by Blogger.