ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧାସଳଖ ସୁରତକୁ ଉଡ଼ିବ ବିମାନ। ୨୦ ତାରିଖରୁ ଏହି ବିମାନ ସେବା ଉପଲବ୍ଧ ହୋଇଛି। ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ଦୁଇ ସହର ମଧ୍ୟରେ ସପ୍ତାହକୁ ୨ଥର ବିମାନ ଚଳାଚଳ କରିବ।
ହେଲେ ଯାତ୍ରୀମାନଙ୍କୁ ଏପରି ସୁବିଧା ଯୋଗାଇ ଦେବା ପରେ ଆରମ୍ଭ ହୋଇଛି ରାଜନୈତିକ ଖେଳ। ବିମାନ ଚଳାଚଳର ଶ୍ରେୟ ନେବାକୁ ବିଜେଡି ଓ ବିଜେପି ମଧ୍ୟରେ ଟଣାଓଟରା ଲାଗିଛି। ଭୁବନେଶ୍ୱରରୁ ସିଧାସଳଖ ସୁରତ୍ ବିମାନ ଚଳାଚଳ ପାଇଁ ବିଜେପି ମୋଦିଙ୍କୁ ଶ୍ରେୟ ଦେଉଥିବାବେଳେ ବିଜେଡି ଶ୍ରେୟ ଦେଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରୁ ବିମାନ ଚଳାଚଳ କଲା ବୋଲି ବିଧାନସଭା ବାଚସ୍ପତି ସୂଯର୍ୟନାରାୟଣ ପାତ୍ର କହିଛନ୍ତି। ହେଲେ ବିଜେପି ମିଛ କହି ଶ୍ରେୟ ନେବାକୁ ଚେଷ୍ଟା କରୁଛି ବୋଲି ସୂଯର୍ୟନାରାୟଣ ଅଭିଯୋଗ କରିଛନ୍ତି। ଗୁଜରାଟର ସୁରତରେ ଆୟୋଜିତ ଦ୍ୱିତୀୟ ଓଡ଼ିଶା ମହୋତ୍ସବରେ ଯୋଗଦେଇ ସୂର୍ଯ୍ୟ ନାରାୟଣ କହିଛନ୍ତି ଯେ, ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହୋତ୍ସବରେ ଯୋଗଦେଇ ସିଧା ସଳଖ ବିମାନ ଚଳାଚଳ କରିବା ଲାଗି ଘୋଷଣା କରିଥିଲେ ।
ଏହାସହ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ସୁରତରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ନବୀନ ଟଙ୍କା ଦେଇଛନ୍ତି । ସେତିକି ନୁହେଁ, ସଂସ୍କୃତି ଭବନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଚିଠି ଲେଖିଥିବା ସେ କହିଛନ୍ତି । ସୁରତର ଆମରୋଲିରେ ଅନୁଷ୍ଠିତ ଏହି ଓଡ଼ିଶା ମହୋତ୍ସବରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ବହୁ ସଂଖ୍ୟାରେ ଓଡ଼ିଆ ଯୋଗ ଦେଇଥିଲେ।
from OTV Khabar. https://ift.tt/2NRh6jf
No comments: