ବେଳାଭୂମିରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି Minati Mishra

ପୁରୀ: ଆଜି ନେତାଜୀ ଜୟନ୍ତୀ । ସାରା ଦେଶରେ ପାଳନ ହେଉଛି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମଦିନ । ଏଥିପାଇଁ ନେତାଜୀଙ୍କ ଜନ୍ମ ସ୍ଥାନ କଟକ ସହରରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଓଡ଼ିଆ ବଜାରରେ ଥିବା ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଜୟନ୍ତୀ ପାଳନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ସଂଗ୍ରହାଳୟକୁ ସୁନ୍ଦର ଭାବେ ସଜାଯାଇଛି।ନେତାଜୀଙ୍କ ଜନ୍ମ ସ୍ଥାନ ସଂଗ୍ରହାଳୟରେ ଯୋଡି ହୋଇଛି ସୁବାଷ ବୋଷଙ୍କ ସମ୍ପର୍କିତ ୨ଟି ବିରଳ ଫଟୋ। ମ୍ୟୁଜିୟମ  ପରିସରକୁ ବି ସଫା ସୁତୁରା କରାଯାଇଛି ।

ନେତାଜୀ ସଂଗ୍ରହାଳୟରେ ଶ୍ରଦ୍ଧାଞ୍ଜଳି

ଏହି ଅବରସରେ ପୁରୀ ବେଳାଭୂମିରେ ନିର୍ମାଣ ହୋଇଛି ସୁବାସ ବୋଷଙ୍କ ବାଲୁକା ମୂର୍ତ୍ତି। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ ସାହୁ ଲାଇଟ୍ ହାଉସ ପାଖ ବେଳାଭୂମିରେ ଏହି ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି । ବାଲୁକା କଳାରେ ଜାତୀୟ ପତାକା ସହ ନେତାଜୀ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ୨୦ ଟନ୍ ବାଲିରେ ୨୦ ଫୁଟ୍ ଓସାର ବିଶିଷ୍ଟ ମୂର୍ତ୍ତି ଦେଖିବାକୁ ବେଳାଭୂମିରେ ଲୋକଙ୍କ ଭିଡ ଜମିଛି।

ଚମକୁଛି କଟକସ୍ଥିତ ନେତାଜୀ ସଂଗ୍ରହାଳୟ

 

 

 

 



from OTV Khabar. https://ift.tt/2RG2BQt
ବେଳାଭୂମିରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି Minati Mishra ବେଳାଭୂମିରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି Minati Mishra Reviewed by SUBHENDU BARAL on January 22, 2020 Rating: 5

No comments:

Powered by Blogger.