ଶ୍ରୀକ୍ଷେତ୍ରରୁ ଆସିଲା ଚାଂଚଲ୍ୟକର ତଥ୍ୟ !! ବାହାର ଅଙ୍ଗାରରେ ପ୍ରସ୍ତୁତ ହେଉଛି ରୋଷଘର ମହାପ୍ରସାଦ, ଦକ୍ଷିଣପାର୍ଶ୍ବ ମଠ ଭଙ୍ଗା ବେଳେ କହୁ କହୁ କହିଦେଲେ ମହିଳା Kanak News

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାପ୍ରସାଦକୁ ଅଙ୍ଗାରରେ ପ୍ରସ୍ତୁତ କରାଯାଉଛି। ବାହାରୁ ଅଙ୍ଗାର ଯାଇ ରୋଷ ଘରେ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହେଉଛି। ଏ ନେଇ ଗତ ଡିସେମ୍ବର ୧୮ ତାରିଖ ଛତିଶାନିଯୋଗ ବୈଠକରେ ଅଭିଯୋଗ ହୋଇଥିଲା। ଏହାକୁ ଛତିଶା ନିଯୋଗର କିଛି କର୍ମକର୍ତ୍ତା ତୀବ୍ର ବିରୋଧ କରିଥିଲେ। ଏ ନେଇ ବିଚାର କରିବାକୁ ଅନୁରୋଧ କରିଥିଲେ। ମାତ୍ର ଏ କଥାକୁ ସୁଆର ସେବକ ଓ ଶ୍ରୀମନ୍ଦିର ପ୍ରଶାସନ ସେତେବେଳେ ଏଡ଼ାଇ ଦେଇଥିଲେ। ଅଭିଯୋଗ ଭିତ୍ତହୀନ ବୋଲି ସୁଆର ସେବକମାନେ କହିଥିଲେ। ଅଭିଯୋଗ ମିଛ ନୁହେଁ ବରଂ ସତ୍ୟ ବୋଲି ପ୍ରମାଣିତ ହୋଇଛି। ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ମଠ ଉଚ୍ଛେଦ ବେଳେ ଅଙ୍ଗାରକୁ ଗୁଣ୍ଡ କରି ନିଜର ପରିବାର ଚଳାଉଥିବା ଜଣେ ମହିଳା କହୁ କହୁ ଏଭଳି ସାଂଘାତିକ କଥା ଉପରୁ ପରଦା ହଟାଇଛନ୍ତି। ମହିଳାଙ୍କ କଥା ଯଦି ସତ୍ୟ ହୋଇଥାଏ, ତେବେ ଏହା ସାଂଘାତିକ ଧର୍ମବିରୋଧୀ କଥା ବୋଲି କିଛି ବୁଦ୍ଧିଜୀବୀ, ଜଗନ୍ନାଥ ପ୍ରେମୀ କହିଛନ୍ତି।

ମହାପ୍ରଭୁଙ୍କ ପ୍ରସାଦର ନିଆରା ପ୍ରସ୍ତୁତି ଶୈଳୀ ଯୋଗୁଁ ଏହା ସମଗ୍ର ବିଶ୍ବରେ ଅନନ୍ୟ। ଆଳୁ ଖୋଳୁ ମହାଦେବ ବାହାରିବା ନ୍ୟାୟରେ ଦକ୍ଷିଣପାର୍ଶ୍ବ ମଠ ଭଙ୍ଗା ବେଳେ ଜଣେ ମହିଳା ନିଜର ଜୀବନ ଜୀବିକାକୁ ନେଇ ମୁହଁ ଖୋଲିଥିଲେ। ମହିଳାଙ୍କ କହିବା କଥା ଅଙ୍ଗାର ଗୁଣ୍ଡ କରି ସେ ଚଳନ୍ତି। ବାହାର ଖଜା ଭାଟି ଓ ଅନ୍ୟ ସ୍ଥାନରୁ ଆସୁଥିବା ଅଙ୍ଗାରକୁ ସେ ଗୁଣ୍ଡ କରନ୍ତି। ସେଥିରୁ ତାଙ୍କୁ ପାରିଶ୍ରମିକ ମିଳିଥାଏ। ମାତ୍ର ମଠ ଭଙ୍ଗା ପରେ ସେ କେମିତି ଚଳିବେ ବୋଲି କହିଛନ୍ତି। ତେବେ ଏହି ଅଙ୍ଗାର ଗୁଣ୍ଡ ହେବା ପରେ ଶ୍ରୀମନ୍ଦିର ରୋଷଘରକୁ ଯାଇଥାଏ ବୋଲି କହୁ କହୁ କହିଦେଇଛନ୍ତି। ତେବେ ମହିଳାଙ୍କ ମନ୍ତବ୍ୟ ଆସିବା ପରେ ଅନ୍ୟ କିଛି ରୋଚକ କଥା ମଧ୍ୟ ସାମ୍ନାକୁ ଆସିଛି।

ପ୍ରତିଦିନ ବେତାରେ ବୋଝେଇ ହୋଇ ଶ୍ରୀମନ୍ଦିର ଭିତରକୁ କୁଇଣ୍ଟାଲ କୁଇଣ୍ଟାଲ ଅଙ୍ଗାର ଯାଇଥାଏ। ଏ ଅଙ୍ଗାରକୁ ଜାଣିଶୁଣି ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ଛାଡିଥାନ୍ତି। ରୋଷଘରକୁ ବାହାରର ଅଙ୍ଗାର ଧାର୍ମିକ ଦୃଷ୍ଟିକୋଣରୁ ଅପରାଧ। ମାତ୍ର ବ୍ୟବସାୟ ଅଭିବୃଦ୍ଧି ପାଇଁ ଏଭଳି କରାଯାଇଥିବାରୁ ଏହାର ତଦନ୍ତ କରିବାକୁ ଦାବି ହୋଇଛି।ଅନ୍ୟପକ୍ଷରେ, ମହିଳାଙ୍କ ମନ୍ତବ୍ୟ ଓ ୧୮ ତାରିଖ ଛତିଶା ନିଯୋଗ ବୈଠକ କର୍ମକର୍ତ୍ତାଙ୍କ ଅଭିଯୋଗର ମେଳ ଖାଉଥିବାରୁ ଏଥିରେ ଥିବା ରହସ୍ୟର ତୁରନ୍ତ ଉନ୍ମୋଚନ କରିବା ସହିତ ମହାପ୍ରଭୁଙ୍କ ମହାପ୍ରସାଦର ପବିତ୍ରତାକୁ ଅକ୍ଷୁର୍ଣ୍ଣ କରିବା ଦିଗରେ ପ୍ରୟାସ ପାଇଁ ସାଧାରଣରେ ଦାବି ହୋଇଛି।



from Kanak News https://ift.tt/37lwxbc https://ift.tt/2KUq4we
ଶ୍ରୀକ୍ଷେତ୍ରରୁ ଆସିଲା ଚାଂଚଲ୍ୟକର ତଥ୍ୟ !! ବାହାର ଅଙ୍ଗାରରେ ପ୍ରସ୍ତୁତ ହେଉଛି ରୋଷଘର ମହାପ୍ରସାଦ, ଦକ୍ଷିଣପାର୍ଶ୍ବ ମଠ ଭଙ୍ଗା ବେଳେ କହୁ କହୁ କହିଦେଲେ ମହିଳା Kanak News ଶ୍ରୀକ୍ଷେତ୍ରରୁ ଆସିଲା ଚାଂଚଲ୍ୟକର ତଥ୍ୟ !! ବାହାର ଅଙ୍ଗାରରେ ପ୍ରସ୍ତୁତ ହେଉଛି ରୋଷଘର ମହାପ୍ରସାଦ, ଦକ୍ଷିଣପାର୍ଶ୍ବ ମଠ ଭଙ୍ଗା ବେଳେ କହୁ କହୁ କହିଦେଲେ ମହିଳା Kanak News Reviewed by SUBHENDU BARAL on January 22, 2020 Rating: 5

No comments:

Powered by Blogger.