ଦେଶରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି । ପର୍ଯ୍ୟଟକଙ୍କ ଉପରେ ପଡିନାହିଁ ଧାରା ୩୭୦ ଓ ସିଏଏର ପ୍ରଭାବ Kanak News

କନକ ବ୍ୟୁରୋ : ବିଦେଶୀ ପର୍ଯ୍ୟଟକଙ୍କ ଉପରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଧାରା–୩୭୦ ଉଚ୍ଛେଦର ପ୍ରଭାବ ପଡ଼ିନାହିଁ। ଗତବର୍ଷ ତୁଳନାରେ ବିଦେଶୀ ପର୍ଯ୍ୟଟକଙ୍କ ବୃଦ୍ଧି ଘଟଣା ହିଁ ଏହା ସୂଚେଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ଏ ସମ୍ପର୍କରେ କହିଛନ୍ତି ଯେ, ୨୦୧୮ ମସିହା ନଭେମ୍ବର ମାସରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧୦,୧୨,୫୬୯ ଥିବାବେଳେ ଗତ ୨୦୧୯ ମସିହା ନଭେମ୍ବର ମାସରେ ଏହା ୭.୮ ପ୍ରତିଶତ ବୃଦ୍ଧି ପାଇ ୧୦,୯୧,୯୪୬ରେ ପହଞ୍ଚିଛି। ସେହିପରି ଡିସେମ୍ବର ୨୦୧୮ରେ ପର୍ଯ୍ୟଟକଙ୍କ ସଂଖ୍ୟା ଥିଲା ୧୧,୯୧,୪୯୮। ଗତ ଡିସେମ୍ବର ମାସରେ ୧୨,୨୫,୬୭୨ ଜଣ ବିଦେଶୀ ପର୍ଯ୍ୟଟକ ଭାରତକୁ ଆସିଛନ୍ତି।

ଏଥିସହିତ ପର୍ଯ୍ୟଟନ କ୍ଷେତ୍ରରୁ ବୈଦେଶିକ ମୁଦ୍ରା ଆୟ ମଧ୍ୟ ବୃଦ୍ଧି ପାଇଛି। ନଭେମ୍ବର ୨୦୧୮ରେ ୧୬,୫୮୪ କୋଟି ଟଙ୍କା ଆୟ ହୋଇଥିବାବେଳେ ୨୦୧୯ ମସିହା ନଭେମ୍ବର ମାସରେ ୧୯,୮୩୧ କୋଟି ଟଙ୍କା ଆୟ ହୋଇଛି। ସେହିଭଳି, ୨୦୧୮ମସିହା ଡିସେମ୍ବରରେ ଆୟ ୧୯,୪୭୪ କୋଟି ଥିବାବେଳେ, ୨୦୧୯ ମସିହା ସମାନ ମାସରେ ଏହି ଆୟ ୨୨,୬୧୭ କୋଟି ଟଙ୍କାରେ ପହଞ୍ଚିଛି ବୋଲି ମନ୍ତ୍ରୀ ଶ୍ରୀ ପଟେଲ ସୂଚନା ଦେଇଛନ୍ତି। ଫଳରେ, ରାମମନ୍ଦିର ପ୍ରସଙ୍ଗରେ ଉଚ୍ଚତମ ନ୍ୟାୟଳୟଙ୍କ ନିର୍ଣ୍ଣୟ, ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ କରିବା ଏବଂ ଜମ୍ମୁକାଶ୍ମୀରରେ ଧାରା–୩୭୦ର ଉଚ୍ଛେଦ ଆଦି ଘଟଣା ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ପ୍ରଭାବ ପକାଇ ପାରିନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ କହିଛନ୍ତି।



from Kanak News https://ift.tt/2RmUCcl https://ift.tt/36jd9dJ
ଦେଶରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି । ପର୍ଯ୍ୟଟକଙ୍କ ଉପରେ ପଡିନାହିଁ ଧାରା ୩୭୦ ଓ ସିଏଏର ପ୍ରଭାବ Kanak News ଦେଶରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି । ପର୍ଯ୍ୟଟକଙ୍କ ଉପରେ ପଡିନାହିଁ ଧାରା ୩୭୦ ଓ ସିଏଏର ପ୍ରଭାବ Kanak News Reviewed by SUBHENDU BARAL on January 22, 2020 Rating: 5

No comments:

Powered by Blogger.