ଦୋଷୀ ମାଗୁଛି ନ୍ୟାୟ…ନିର୍ଭୟା ସୈତାନ ପବନର ଆବେଦନର ଆଜି ଶୁଣାଣି…ସୁପ୍ରିମକୋର୍ଟ ନିର୍ଣ୍ଣୟ କରିବେ ଅପରାଧ ସମୟରେ ନାବାଳକ ନା ସାବାଳକ ଥିଲା ଅଭିଯୁକ୍ତ Kanak News

କନକ ବ୍ୟୁରୋ: ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ପବନ ଗୁପ୍ତାର ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଅପରାଧ ସମୟରେ ଦୋଷୀ ପବନ ନାବାଳକ ଥିଲା ନାହିଁ, ସେ ନେଇ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ଆର ଭାନୁମତିଙ୍କ ଅଧ୍ୟକ୍ଷତାରେ ତିନି ସଦସ୍ୟବିଶିଷ୍ଟ ଖଣ୍ଡପୀଠ ଦୋଷୀର ଆବେଦନ ଉପରେ ଶୁଣାଣି କରିବେ । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛି ଦୋଷୀ ପବନ ଗୁପ୍ତା । ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ ପିଟିସନ ଦାଖଲ କରି ପବନ କହିଛି ଅପରାଧ ଘଟାଇବା ସମୟରେ ସେ ନାବଳକ ଥିଲା ।

ପୂର୍ବରୁ ହାଇକୋର୍ଟ ଗଣଦୁଷ୍କର୍ମ ସମୟରେ ସେ ନାବାଳକ ଥିବା ନେଇ କରିଥିବା ଆବେଦନକୁ ଖାରଜ କରିଦେଇଥିଲେ । ତେବେ ସେ ଆବେଦନରେ ଦର୍ଶାଇଛି, ଦିଲ୍ଲୀ ହାଇକୋର୍ଟ ତାର ଦଲିଲ ଓ ପ୍ରମାଣକୁ ଅଣଦେଖା କରି ନିଷ୍ପତି ଶୁଣାଇଛନ୍ତି । ତେଣୁ ତାକୁ ନ୍ୟାୟ ଦିଆଯାଉ ବୋଲି ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଛି ପବନ । ଟ୍ରାଏଲ କୋର୍ଟ ପବନ ସହିତ ୪ ଦୋଷୀଙ୍କୁ ନିର୍ଭୟା ଗଣଦୁଷ୍କର୍ମ ଓ ନିର୍ମମ ହତ୍ୟା ମାମଲାରେ ଡେଥ ୱାରେଂଟ ଜାରି କରିସାରିଛି । ଦୁଇ ଦୁଇ ଥର ଫାଶୀ ତାରିଖ ଧାର୍ଯ୍ୟ ହୋଇଛି । ପୂର୍ବରୁ ଜାନୁୟାରୀ ୨୨ ଫାଶୀ ତାରିଖ ଘୋଷଣା ହୋଇଥିଲା । ହେଲେ ଅନ୍ୟ ଦୋଷୀ ମୁକେଶ ସିଂ ରାଜକ୍ଷମା ଆବେଦନ କରିବା ପରେ ୨୨ ତାରିଖରେ ଫାଶୀ ଦଣ୍ଡ କାର୍ଯ୍ୟକାରୀ କରିବା ସମ୍ଭବ ହୋଇନଥିଲା ।

ତେବେ ରାଷ୍ଟ୍ରପତି ଶୁକ୍ରବାର ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ପଟିଆଲା ହାଉସ କୋର୍ଟ ଫେବୃୟାରୀ ୧ ତାରିଖରେ ୪ ସୈତାନଙ୍କୁ ଫାଶୀ ଖୁଂଟରେ ଝୁଲାଇବାକୁ ଡେଥ ୱାରେଂଟ ଜାରି କରିଛନ୍ତି । ସୈତାନ ମୁକେଶ ସିଂ ପାଖରେ ଫାଶୀରୁ ବଂଚିବା ପାଇଁ ସମସ୍ତ ରାସ୍ତା ବନ୍ଦ ହୋଇସାରିଛି । ହେଲେ ଦୁଇ ଦୋଷୀ ପବନ ଓ ଅକ୍ଷୟ ପାଖରେ କ୍ୟୁରେଟିଭ ପିଟିସନ ଦାଖଲ କରିବାର ବିକଳ୍ପ ରହିଛି । ସେହିପରି ଅକ୍ଷୟ, ବିନୟ ଓ ପବନ ପାଖରେ ରାଜକ୍ଷମା ଆବେଦନ କରିବା ଭଳି ସମ୍ବିଧାନିକ ବିକଳ୍ପ ମଧ୍ୟ ରହିଛି ।



from Kanak News https://ift.tt/2Rv2KGx https://ift.tt/3atIy0b
ଦୋଷୀ ମାଗୁଛି ନ୍ୟାୟ…ନିର୍ଭୟା ସୈତାନ ପବନର ଆବେଦନର ଆଜି ଶୁଣାଣି…ସୁପ୍ରିମକୋର୍ଟ ନିର୍ଣ୍ଣୟ କରିବେ ଅପରାଧ ସମୟରେ ନାବାଳକ ନା ସାବାଳକ ଥିଲା ଅଭିଯୁକ୍ତ Kanak News ଦୋଷୀ ମାଗୁଛି ନ୍ୟାୟ…ନିର୍ଭୟା ସୈତାନ ପବନର ଆବେଦନର ଆଜି ଶୁଣାଣି…ସୁପ୍ରିମକୋର୍ଟ ନିର୍ଣ୍ଣୟ କରିବେ ଅପରାଧ ସମୟରେ ନାବାଳକ ନା ସାବାଳକ ଥିଲା ଅଭିଯୁକ୍ତ Kanak News Reviewed by SUBHENDU BARAL on January 19, 2020 Rating: 5

No comments:

Powered by Blogger.