ଆଜିଠୁ ଆରମ୍ଭ ସୁରତ-ଭୁବନେଶ୍ୱରକୁ ସିଧା ବିମାନ ସେବା । ସକାଳ ୮ଟା ୪୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଯାତ୍ରୀଙ୍କୁ ନେଇ ଏ-୩୨୧ ଏଆଇ ବିମାନ ଯିବ ସୁରତ Kanak News

କନକ ବ୍ୟୁରୋ: ଆଜିଠାରୁ ଭୁବନେଶ୍ୱରରୁ ସୁରତକୁ ସିଧା ବିମାନ ସେବା ଆରମ୍ଭ ହେବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସକାଳ ୮ଟା ୪୦ରେ ଭୁବନେଶ୍ୱର ବିଜୁପଟ୍ଟନାୟକ ଏୟାରପୋର୍ଟରୁ ଏୟାର ଲାଇନ୍ସର ଏ-୩୨୧ ଏଆଇ ବିମାନ ଯାତ୍ରୀଙ୍କୁ ନେଇ ଉଡାଣ ଭରିବ ଏବଂ ସକାଳ ୧୦ଟା ୪୦ରେ ସୁରତ ଇଂଟରନେସନାଲ ଏୟାରପୋର୍ଟରେ ପହଂଚିବ । ସପ୍ତାହକୁ ଦୁଇ ଦିନ ସୁରତରୁ ଭୁବନେଶ୍ୱରକୁ ସିଧା ବିମାନ ଚଳାଚଳ କରିବ । ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ସୁରତକୁ ବିମାନ ଯିବ ସେହିପରି ସୁରତରୁ ଶୁକ୍ରବାର ଓ ରବିବାର ଭୁବନେଶ୍ୱରକୁ ଆସିବ ବୋଲି ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜିଠାରୁ ଏୟାର ଲାଇନ୍ସର ଏ-୩୨୧ ଏଆଇ ସକାଳ ୮ଟା ୪୦ରୁ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରିବ। ସୁରତରେ ପୂର୍ବାହ୍ନ ୧୦ଟା ୪୦ରେ ଅବତରଣ କରିବ। ପ୍ରଥମ ଦିନର ଭଡ଼ା ୪,୫୦୦ଟଙ୍କା ରହିଛି। ହେଲେ ସୁରତରୁ ଭୁବନେଶ୍ୱରକୁ କୌଣସି ବିମାନ ସିଧା ଉଡ଼ାଣ କରିବନି। ସୁରତରୁ ଆସିବାକୁ ଥିବା ଯାତ୍ରୀ ଭାୟା ଦିଲ୍ଲୀ, କୋଲକାତା ବା ଅନ୍ୟ କୌଣସି ସହର ହୋଇ ଭୁବନେଶ୍ୱର ଆସିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଏଭଳି ନିଷ୍ପତ୍ତି ଯୋଗୁଁ ଯାତ୍ରୀ ଭୁବନେଶ୍ୱରରୁ ସିଧା ସୁରତ ଯାଇପାରିବେ, କିନ୍ତୁ ସୁରତରୁ ବିଭିନ୍ନ ବିମାନବନ୍ଦରରେ ଅଟକି ଭୁବନେଶ୍ବରରେ ପହଞ୍ଚିବେ।
from Kanak News https://ift.tt/2TH8QGq https://ift.tt/2v7QeFv
No comments: