ଟାଙ୍ଗୀ ୧୯।୧: ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ଚିଲିକାରେ ଚଳିତ ବର୍ଷ ଡଲଫିନଙ୍କ ସଂଖ୍ୟା କେତେ ରହିଛି ସେନେଇ ସରକାରୀସ୍ତରରେ ଆଜି ଗଣନା ଆରମ୍ଭ ହୋଇଛି । ବନ୍ୟପ୍ରାଣୀ ବିଭାଗ ଚିଲିକା ଡ଼ିଭିଜନର ୪ ଟି ରେଞ୍ଜ ବାଲୁଗାଁ, ରମ୍ଭା, ସାତପଡା, ନୂଆପଡାରେ ଗଣାନା ଆରମ୍ଭ କରିଛି ।

ଚିଲିକାରେ ଇରାଉଡି ଡଲଫିନ, ବଟଲ ନୋଜ ଡଲଫିନ ଙ୍କ ସଂଖ୍ୟା କେତେ ଅଛି ସେନେଇ ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକାରେ ବନ୍ୟପ୍ରାଣୀ ବିଭାଗ ଚିଲିକା ଡିଭିଜନ ପକ୍ଷରୁ ଡଲଫିନ ଗଣନା ହେଉଛି । ପୂର୍ବରୁ CDA ଏହାକୁ ଗଣନା କରୁଥିଲା । କିନ୍ତୁ ୨୦୧୪ ମସିହାଠାରୁ ଚିଲିକା ବନ୍ୟପ୍ରାଣୀ ବିଭାଗ ଏହି ଗଣନା ଦଇତ୍ବ ତୁଲାଉଛି ।

ଗଣନା ପାଇଁ ସର୍ବମୋଟ୍ ୧୮ଟି ଟିମ ଗଠନ ହୋଇଛି । ବାଲୁଗାଁରେ ୧୦ଟି ଟିମ୍, ସାତପଡାରେ ୮ ଟି ଟିମ୍ ଏହି ଗଣନା କରୁଛନ୍ତି । ୧୮ ଟି ଡଙ୍ଗା ନିୟୋଜିତ ହୋଇଛି ଏବଂ ୭୫ ଜଣ ଏହି ଗଣନା କରିବେ । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ଗଣନା ହେବ ବୋଲି ବନ୍ୟପ୍ରାଣୀ ବିଭାଗ ଚିଲିକା ଡିଭିଜନ ର DFO ଆଲୋକ ରଞ୍ଜନ ହୋତା ଏହି ସୂଚନା ଦେଇଛନ୍ତି ।

ଚିଲିକାରେ ମୁଖ୍ୟତଃ ଦୁଇ ପ୍ରଜାତିର ଡଲଫିନ ଯଥା ଇରାଉଡି ଡଲଫିନ, ବଟଲ ନୋଜ ଡଲଫିନ ଦେଖାଯାଇଥାନ୍ତି । ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ବିଶେଷଜ୍ଞ, CDA କର୍ମଚାରୀ, OUATର ଛାତ୍ର, ବନ୍ୟପ୍ରାଣୀ ବିଭାଗ ସହିତ ଜଡିତ ଥିବା ବିଭିନ୍ନ NGOର କର୍ମଚାରୀ ଏହି ଗଣନାରେ ସାମିଲ ହୋଇଛନ୍ତି । GPS କମ୍ପାସ ସାହାଯ୍ୟରେ ଏବଂ ବାଇନ-କୁଲାର ଦ୍ଵାରା ଡଲଫିନ ଗଣନା କରାଯିବ । ଗଣନା ସମୟରେ ପର୍ଯ୍ୟଟକମାନଙ୍କୁ ଡଲଫିନ ଦେଖାଯାଉଥିବା ଏରିଆରେ ଚଳ-ପ୍ରଚଳକୁ କିଛି ସମୟ ପାଇଁ ବାରଣ କରାଯାଇଛି ।

ଗତବର୍ଷ ଚିଲିକାରେ ୧୫୦ଟି ଡଲଫିନ ଚିହ୍ନଟ ହୋଇଥିବା ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ଚିଲିକାକୁ ଆସିଥିବା ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଡଲଫିନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଗଣନା ପରେ ତାହା ସ୍ପଷ୍ଟ ହୋଇଯିବ ।
from Prameya News7 https://ift.tt/3aqY3pA
No comments: