ପଶ୍ଚିମ ଓଡ଼ିଶା ଆଇନଜୀବୀ ଆନ୍ଦୋଳନ ନେଇ ରାଜ୍ୟ ବାର କାଉନସିଲ ଲେଖିଲା ଚିଠି । କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ବାର କାଉନସିଲକୁ ସୁପାରିଶ, ପ୍ରତିକ୍ରିୟାଶୀଳ ହେଲା ପଶ୍ଚିମ ଓଡ଼ିଶା ଓକିଲ ସଂଘ Kanak News

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ଦାବି ଆନ୍ଦୋଳନ ଏକ ଭିନ୍ନ ମୋଡ଼ ନେଇଛି । ସ୍ଥିତି ଏମିତି ହୋଇଛି ଯେ, ଓଡ଼ିଶା ବାର୍ କାଉନସିଲ ଏବଂ ପଶ୍ଚିମ ଓଡ଼ିଶା ଓକିଲ ସଂଘ ମୁହାଁମୁହିଁ ହେବା ଭଳି ସ୍ଥିତି ସୃଷ୍ଟି ହୋଇଛି । ପଶ୍ଚିମ ଓଡ଼ିଶାର ଓକିଲଙ୍କ ଆନ୍ଦୋଳନକୁ ବିରୋଧ କରି ବାର୍ କାଉନସିଲ ଅପ୍ ଇଣ୍ଡିଆକୁ ଏକ ଚିଠା ପ୍ରସ୍ତାବ ଦେଇଛି ରାଜ୍ୟ ଓକିଲ ସଂଘ । ଆନ୍ଦୋଳନ କରୁଥିବା ଓକିଲଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓକିଲ ସଂଘ ଚିଠି ଲେଖିଛି । ଏଥିରେ ପଶ୍ଚିମ ଓଡ଼ିଶାର ୧୭ଟି ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନାଁ ରହିଛି । ଏପଟେ ରାଜ୍ୟ ଓକିଲ ସଂଘର ଏଭଳି ଚିଠିକୁ ବିରୋଧ କରି ଏକାଠି ହୋଇଛନ୍ତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ । ଏହାର ପ୍ରତିବାଦରେ ଆଜି ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘର ଏକ ଜରୁରୀ ବୈଠକ ବସିଥିଲା । ଯେଉଁଥିରେ ରାଜ୍ୟ ଓକିଲ ସଂଘର କାର୍ଯ୍ୟପନ୍ଥାକୁ ବିରୋଧ କରି ଆସନ୍ତା ୫ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ପାଇଁ ନିଷ୍ପତି ନିଆଯାଇଛି ।

from Kanak News https://ift.tt/2Gje6Z6 https://ift.tt/3axYCOJ
No comments: