ପୂର୍ବ ତୁର୍କୀରେ ଶକ୍ତିଶାଳୀ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୬.୭ । ଭୂମିକମ୍ପରେ ୧୪ ଜଣଙ୍କ ମୃତ୍ୟୁ ସୂଚନା, ୨୦୦ରୁ ଅଧିକ ଲୋକ ଆହତ Kanak News

କନକ ବ୍ୟୁରୋ: ପୂର୍ବ ତୁର୍କୀରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରହିଥିବା ଜଣାପଡିଛି । ଏହି ଭୂକମ୍ପରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରାୟ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେହିପରି ଶହ ଶହ ଘର କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ଲାଜିକ୍ ପ୍ରୋଭିନ୍ସ ଅଂଚଳରେ ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଜଣାପଡିଛି ।

ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁସାରେ ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ।

ଭୂକମ୍ପ ଆସିବା ସମୟରେ ୧୫ ଥର ଝଟକା ଅନୁଭୂତ ହୋଇଥିଲା ଏବଂ ଏଥିରେ ଲୋକେ ଭୟଭୀତ ହୋଇଯାଇଥିଲେ । ଭୂକମ୍ପ ଝଟକା ତୁର୍କୀର ପଡୋଶୀ ଇରାକ, ଇରାନ, ସିରିଆ ଓ ଲେବାନନରେ ମଧ୍ୟ ଅନୁଭୂତ ହୋଇଥିଲା । ମାତ୍ର ଏହି ଦେଶଗୁଡ଼ିକରେ କୌଣସି କ୍ଷୟକ୍ଷତି ହୋଇନାହିଁ ।



from Kanak News https://ift.tt/36tAj0R https://ift.tt/2RPzfzc
ପୂର୍ବ ତୁର୍କୀରେ ଶକ୍ତିଶାଳୀ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୬.୭ । ଭୂମିକମ୍ପରେ ୧୪ ଜଣଙ୍କ ମୃତ୍ୟୁ ସୂଚନା, ୨୦୦ରୁ ଅଧିକ ଲୋକ ଆହତ Kanak News ପୂର୍ବ ତୁର୍କୀରେ ଶକ୍ତିଶାଳୀ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୬.୭ । ଭୂମିକମ୍ପରେ ୧୪ ଜଣଙ୍କ ମୃତ୍ୟୁ ସୂଚନା, ୨୦୦ରୁ ଅଧିକ ଲୋକ ଆହତ Kanak News Reviewed by SUBHENDU BARAL on January 24, 2020 Rating: 5

No comments:

Powered by Blogger.