ଯୁକ୍ତ ୨ ପରୀକ୍ଷା : ୧୧୪୨ କେନ୍ଦ୍ରରେ ଛାତ୍ରଛାତ୍ରୀ ଦେବେ ପରୀକ୍ଷା, ଆଜିଠୁ ଅନଲାଇନରେ ପଠାଯିବ ଆଡମିଟ କାର୍ଡ, ସିସିଟିଭି ଲଗାଇବାକୁ ଜାନୁଆରୀ ୩୧ ଯାଏଁ ମହଲତ Kanak News

କନକ ବ୍ୟୁରୋ : ମାର୍ଚ୍ଚ ୩ରୁ ଯୁକ୍ତ୨ ଥିଓରି ପରୀକ୍ଷା। ତା’ପୂର୍ବରୁ ଆସନ୍ତା ୨୭ ତାରିଖଠାରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ରକୁ ୨୧ ତାରିଖଠାରୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦୂର ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଯାଇଥିବା ବେଳେ ଶୁକ୍ରବାରଠାରୁ ନିକଟସ୍ଥ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଯିବ। ସେଗୁଡ଼ିକୁ ସଂଗ୍ରହ କରିବାକୁ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ଏଥିସହ ଶୁକ୍ରବାର ଅପରାହ୍ନଠାରୁ ଅନ୍‌ଲାଇନ୍‌ରେ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ପଠାଯିବ।

ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଥିଓରି ପରୀକ୍ଷା ପାଇଁ ୧୧୪୨ଟି ପରୀକ୍ଷା କେନ୍ଦ୍ର ଓ ଉପ ପରୀକ୍ଷା କେନ୍ଦ୍ର ଚିହ୍ନଟ ଶେଷ ହୋଇଛି। ୨୦୧୯ରେ ୧୦୯୮ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଏଥର ଆହୁରି ୪୪ଟି ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ଥର ପାଇଁ ଅନୁସୂଚିତ ଜାତି ଓ ଜନଜାତି(ଏସ୍‌ସି ଓ ଏସ୍‌ଟି) ବିଭାଗ ଅଧୀନରେ ଥିବା ୨୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୧୩ଟି ଏକଲବ୍ୟ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ। ସେଠାରେ ଆବଶ୍ୟକ ଭିତ୍ତିଭୂମି ସହ ସିସିଟିଭି ଲଗାଇବାକୁ ନିର୍ଦେଶ ଦିଆଯାଇଛି। ଉକ୍ତ ୩୮ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସେମାନଙ୍କୁ ବହୁ ଦୂର ପର୍ଯ୍ୟନ୍ତ ଯିବାକୁ ପଡ଼ୁଥିଲା। ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ନୂତନ ପରୀକ୍ଷା କେନ୍ଦ୍ର ଆବେଦନ କରିଥିବା କଲେଜଗୁଡ଼ିକ ମଧ୍ୟରୁ ୬ଟିରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଛି। ତେବେ ପରୀକ୍ଷା କେନ୍ଦ୍ର କରିବା ପୂର୍ବରୁ କଲେଜର ଭିତ୍ତିଭୂମି ଯାଞ୍ଚ କରାଯିବ। ପରିଷଦର ଏକ ଟିମ୍‌ ସେଠାକୁ ଗସ୍ତ କରି କଲେଜର ପାଚେରି, ସିସିଟିଭି ପରି ଭିତ୍ତିଭୂମି ବୁଲି ଦେଖିବେ। ଟିମ୍‌ର ରିପୋର୍ଟ ଆଧାରରେ ପରୀକ୍ଷା କେନ୍ଦ୍ର ସ୍ଥିର ହେବ। ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବଭଳି ୨୧୩ଟି ପରୀକ୍ଷା କେନ୍ଦ୍ର ରହିବ। ଗତବର୍ଷ ପରି ଏଥର ବି ୨୦୨ଟି ପରୀକ୍ଷା ପରିଚାଳନା ହବ୍‌ ରହିବ। ଯେଉଁ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ଲଗାଇ ନାହାନ୍ତି ସେଗୁଡ଼ିକୁ ପୁଣିଥରେ ସୁଯୋଗ ଦିଆଯାଇଛି। ଜାନୁଆରି ଶେଷ ସୁଦ୍ଧା ବାକି ଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ଲଗାଇବା ସହ ପରିଷଦ ନିକଟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏହାପରେ ଯଦି କୌଣସି କଲେଜ ସିସିଟିଭି ନ ଲଗାଇବେ ତେବେ ସେଠାରେ ପରୀକ୍ଷା କେନ୍ଦ୍ର ହେବନି ବୋଲି ପରିଷଦ ପକ୍ଷରୁ ‌ସ୍ପଷ୍ଟ କରାଯାଇଛି।



from Kanak News https://ift.tt/2GgIlQ3 https://ift.tt/36mIltw
ଯୁକ୍ତ ୨ ପରୀକ୍ଷା : ୧୧୪୨ କେନ୍ଦ୍ରରେ ଛାତ୍ରଛାତ୍ରୀ ଦେବେ ପରୀକ୍ଷା, ଆଜିଠୁ ଅନଲାଇନରେ ପଠାଯିବ ଆଡମିଟ କାର୍ଡ, ସିସିଟିଭି ଲଗାଇବାକୁ ଜାନୁଆରୀ ୩୧ ଯାଏଁ ମହଲତ Kanak News ଯୁକ୍ତ ୨ ପରୀକ୍ଷା : ୧୧୪୨ କେନ୍ଦ୍ରରେ ଛାତ୍ରଛାତ୍ରୀ ଦେବେ ପରୀକ୍ଷା, ଆଜିଠୁ ଅନଲାଇନରେ ପଠାଯିବ ଆଡମିଟ କାର୍ଡ, ସିସିଟିଭି ଲଗାଇବାକୁ ଜାନୁଆରୀ ୩୧ ଯାଏଁ ମହଲତ Kanak News Reviewed by SUBHENDU BARAL on January 23, 2020 Rating: 5

No comments:

Powered by Blogger.