ରାଜଧାନୀ ଭୁବନେଶ୍ୱରର କଳ୍ପନା ଛକ ଓଭରବ୍ରିଜ ଫଳ ବଜାରରେ ଅଗ୍ନିକାଣ୍ଡ : ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି Kanak News

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରସ୍ଥିତ କଳ୍ପନା ଛକ ଓଭରବ୍ରିଜ ଫଳ ବଜାରରେ ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଫଳ ବଜାରରେ ନିଆଁ ଲାଗିଯିବାରୁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଦୋକାନ ପୋଡି ପାଉଁଶ ହୋଇଯାଇଛି।
ଏଥିସହ ଏହି ଦୋକାନ ଗୁଡ଼ିକରେ ଥିବା ବହୁ ପରିମାଣର ଫଳ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି। ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
from Kanak News https://ift.tt/2GfemIx https://ift.tt/32RPgsB
ରାଜଧାନୀ ଭୁବନେଶ୍ୱରର କଳ୍ପନା ଛକ ଓଭରବ୍ରିଜ ଫଳ ବଜାରରେ ଅଗ୍ନିକାଣ୍ଡ : ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି Kanak News
Reviewed by SUBHENDU BARAL
on
January 23, 2020
Rating:
No comments: