
କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି କଂଗ୍ରେସ ଶାସିତ ବିଭିନ୍ନ ରାଜ୍ୟ ଏବଂ କେରଳରେ ପ୍ରସ୍ତାବ ଗୃହୀତ ହୋଇଥିବାରୁ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏହାର ସମାଲୋଚନା କରିଛନ୍ତି । ଏହା ରାଜ୍ୟମାନଙ୍କ ଦ୍ବାରା ଏକ ରାଜନୈତିକ ପଦକ୍ଷେପ ବୋଲି ଥରୁର କହିଛନ୍ତି । ନାଗରିକତା ପ୍ରଦାନ ଏବଂ ଏ ସଂକ୍ରାନ୍ତ ଆଇନ ଲାଗୁ କରିବା କାମ କେନ୍ଦ୍ର ସରକାରଙ୍କର, ଏଥିରେ ରାଜ୍ୟମାନଙ୍କର କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି ।
ସିଏଏକୁ ବିରୋଧ କରିବା ପାଇଁ ରାଜ୍ୟମାନଙ୍କର ଏହି ପଦକ୍ଷେପ ସଂପୂର୍ଣ୍ଣ ରାଜନୈତିକ ଏବଂ ଏହା ସଂଘୀୟ ବ୍ୟବସ୍ଥାର ବିରୋଧୀ ବୋଲି ଥରୁର୍ ଚେତାଇ ଦେଇଛନ୍ତି । ତେବେ ସିଏଏକୁ ନେଇ କଂଗ୍ରେସର ଆଭିମୁଖ୍ୟ ବିରୋଧରେ ଥରୁର୍ ଏଭଳି ବୟାନ ଦେବା ଚର୍ଚ୍ଚାର ବିଷୟ ହୋଇଛି । ଥରୁର୍ଙ୍କ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା କପିଲ ସିବ୍ବଲ ମଧ୍ୟ କହିଥିଲେ ଯେ ସିଏଏକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟମାନେ ବାଧ୍ୟ ଏବଂ ସେମାନେ ଏହାକୁ ଅଗ୍ରାହ୍ୟ କରିପାରିବେ ନାହିଁ।
ସିଏଏକୁ ରାଜ୍ୟମାନେ ଗ୍ରହଣ ନକଲେ ଏହା ସମ୍ବିଧାନ ବିରୋଧୀ ହେବ ବୋଲି ସିବଲ୍ କହିଥିଲେ । ଦଳର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭି ମଧ୍ୟ ସିଏଏ ବିରୋଧୀ ଆନ୍ଦୋଳନରେ ଦେଶ ବିରୋଧୀ ସ୍ଲୋଗାନ ଦିଆଯିବାକୁ ସମାଲୋଚନା କରିଛନ୍ତି।
from Kanak News https://ift.tt/30LLvF8 https://ift.tt/2TNtdSt
No comments: