ଆସନ୍ତା ତିନି ଦିନ ଯାଏ ଓଡ଼ିଶାରେ ଲାଗିରହିବ ଶୀତ : ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିବ ରାତିର ପାରଦ, ୨୮ରୁ ବର୍ଷା‌ ସମ୍ଭାବନା Kanak News

କନକ ବ୍ୟୁରୋ :  ଆସନ୍ତା ତିନି ଦିନ ଯାଏ ଓଡ଼ିଶାରେ ଶୀତ ଲାଗିରହିବ। ସ୍ଥାନେ ସ୍ଥାନେ ରାତିର ସର୍ବନିମ୍ନ ପାରଦ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିବ । ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ଜାରି ରହିବ। ତେବେ ୨୭ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତନ ଆସିବା ସହ ଥଣ୍ଡା କମିବ ଏବଂ ତାପମାତ୍ରା ବଢ଼ିବ। ୨୮ ତାରିଖଠାରୁ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ୨୩ ତାରିଖ ରାତିରୁ ଉଭୟ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରି କମିବ। ୨୫ ତାରିଖ ସୁଦ୍ଧା ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩ ଡିଗ୍ରି କମିବାକୁ ଥିବା ବେଳେ ଉତ୍ତର ଓଡ଼ିଶାରେ ୨୪ ତାରିଖରେ ଆଉ ଦୁଇ ଡିଗ୍ରି କମିବ। ସେହିପରି ଦିନର ତାପମାତ୍ରା ଏହି ସମୟରେ ୨ରୁ ୩ ଡିଗ୍ରି କମିବା ହେତୁ ପାଗ କୋହଲା ରହିବ। ତେବେ ୨୫ ତାରିଖରେ ଉତ୍ତର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ପୁଣି ସାମାନ୍ୟ ବଢ଼ିବ। ଶୀତ ରହିବ। ତା’ପରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇ ୨୮ ତାରିଖ ସୁଦ୍ଧା ୬ ଡିଗ୍ରିରୁ ଅଧିକ ବଢ଼ିବ। ତେବେ ୨୬ ତାରିଖରୁ ପଶ୍ଚିମ ଓଡ଼ିଶାରେ ଶୀତ କମିବ ଏବଂ ୨୮ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ରୁ ୫ ଡିଗ୍ରି ବଢ଼ିବ। ଭୁବନେଶ୍ବର ଓ ଦକ୍ଷିଣ ଓଡ଼ିଶାରେ ୨୪ ତାରିଖ ରାତିଠାରୁ ସର୍ବନିମ୍ନ ତାପମାତ୍ରା ୨୬ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରି କମିବ। ୨୭ ତାରିଖରୁ ପୁଣି ଶୀତ କମିବା ଆରମ୍ଭ ହେବ। ଏପରିକି ୨୮ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଯାହାକି ମାସ ଶେଷ ପର୍ଯ୍ୟନ୍ତ ଅପରିବର୍ତିତ ରହିବ।

୨୭ ତାରିଖ ଅପରାହ୍ନଠାରୁ ପାଗରେ ପରିବର୍ତନ ଆସିବ। ୨୮ ତାରିଖରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ ରହିବ। ଉପକୂଳ, କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାରେ ଅଳ୍ପ କେତେକ ସ୍ଥାନରେ ସ୍ବଳ୍ପ ବର୍ଷା ହେବାକୁ ଥିବାବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ପାଗ ଶୁଖିଲା ରହିବ। ୨୯ ତାରିଖରେ ଉତ୍ତର ଓଡ଼ିଶାର ‌କେତେକ ସ୍ଥାନରେ ମେଘୁଆ ପାଗ ରହିବା ସହ ଅଳ୍ପ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ଉତ୍ତର ପଶ୍ଚିମ ଭାରତରୁ ଥଣ୍ଡା ପବନ ବହିବ। ୨୭ ଅପରାହ୍ନଠାରୁ ବଙ୍ଗୋପସାଗରୀୟ ପବନ ରାଜ୍ୟକୁ ଦକ୍ଷିଣ ଦିଗରୁ ବହିବ ଏବଂ ଏହି ବାୟୁରେ ଜଳୀୟ ଅଂଶ ଅଧିକ ରହିବା ସହ ବାୟୁର ତାପମାତ୍ରା କମ୍‌ ଥିବାରୁ କୁହୁଡ଼ି ବଢ଼ିବ।



from Kanak News https://ift.tt/2Roc8N2 https://ift.tt/39PAHtC
ଆସନ୍ତା ତିନି ଦିନ ଯାଏ ଓଡ଼ିଶାରେ ଲାଗିରହିବ ଶୀତ : ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିବ ରାତିର ପାରଦ, ୨୮ରୁ ବର୍ଷା‌ ସମ୍ଭାବନା Kanak News ଆସନ୍ତା ତିନି ଦିନ ଯାଏ ଓଡ଼ିଶାରେ ଲାଗିରହିବ ଶୀତ : ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିବ ରାତିର ପାରଦ, ୨୮ରୁ ବର୍ଷା‌ ସମ୍ଭାବନା Kanak News Reviewed by SUBHENDU BARAL on January 23, 2020 Rating: 5

No comments:

Powered by Blogger.