ଅଣ୍ଡର ବ୍ରିଜ ନିର୍ମାଣ ଦାବିରେ କେସିଙ୍ଗା ବନ୍ଦ ପାଳନ, ଯାତାୟତ ପ୍ରଭାବିତ

କଳାହାଣ୍ଡି ୨୨।୦୧ : କଳାହାଣ୍ଡି କେସିଙ୍ଗାରେ ବନ୍ଦ ପାଳନ । କେସିଙ୍ଗାରେ ଅଣ୍ଡର ବ୍ରିଜ ନିର୍ମାଣ ଦାବିରେ ବନ୍ଦ ଡାକରା ଦେଇଛି କେସିଙ୍ଗା ବିଜ୍ଞାପିତ ପରିଷଦ । ବନ୍ଦ ପ୍ରଭାବରେ ଗାଡି ଚଳାଚଳା ପ୍ରଭାବିତ ହୋଇଛି ।

କଳାହାଣ୍ଡି ସହରର ପ୍ରବେଶପଥ ହେଉଛି କେସିଙ୍ଗା ସହର । କେସିଙ୍ଗା ଜାତୀୟ ରାଜପଥ-୨୬ ଦେଇ ଯାଇଛି ରେଳ ଲାଇନ । ସେହି ଲାଇନରେ  କୌଣସି ବ୍ରିଜ ପରିବର୍ତ୍ତେ ରେଳ ଫାଟକ ରହିଛି । ଟ୍ରେନ ଗଲାବେଳେ ଯାହା ଦିନକୁ ପ୍ରାୟ ୧୮ ଘଣ୍ଟା ବନ୍ଦ ରହିଥାଏ । ଯାହାଲାଗି ପାଇଁ ସ୍ଥାନୀୟ ଲୋକେ ତଥା ଜାତୀୟରାଜପଥରେ ଯାତ୍ରା କରୁଥିବା ଯାତ୍ରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସେଥିପାଇଁ ଏକ ବ୍ରିଜ ନିର୍ମାଣ ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି ।  ରେଲୱେ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମଧ୍ୟ ସମନ୍ବୟ ଅଭାବରୁ ବ୍ରିଜ ନିର୍ମାଣ ହୋଇପାରୁନଥିବା ଜଣାପଡ଼ିଛି । ପୂର୍ବରୁ ଦୁଇଟି ରେଳ ଧାରଣା ଥିବା ବେଳେ ଏବେ ତୃତୀୟ ଧାରଣା ପାଇଁ କାମ ଚାଲିଛି । ତେଣୁ ସ୍ଥାନୀୟ ଲୋକେ ପ୍ରଥମେ ବ୍ରିଜ ନିର୍ମାଣ ଦାବିରେ ବନ୍ଦ ପାଳନ କରୁଛନ୍ତି । ବନ୍ଦ ପାଳନରୁ ଜରୁରୀକାଳୀନ ସେବା ଏବଂ ସ୍କୁଲ କଲେଜକୁ ବାଦ ଦିଆଯାଇଛି । କେସିଙ୍ଗା ବିଜ୍ଞାପିତ ପରିଷଦ ବନ୍ଦ ଡାକରା ଦେଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଓ ଓ ବିଭିନ୍ନ ସଂଗଠନ ବନ୍ଦ ପାଳନକୁ ସମର୍ଥନ ଦେଇଛନ୍ତି ।



from Prameya News7 https://ift.tt/2RgqsaI
ଅଣ୍ଡର ବ୍ରିଜ ନିର୍ମାଣ ଦାବିରେ କେସିଙ୍ଗା ବନ୍ଦ ପାଳନ, ଯାତାୟତ ପ୍ରଭାବିତ ଅଣ୍ଡର ବ୍ରିଜ ନିର୍ମାଣ ଦାବିରେ କେସିଙ୍ଗା ବନ୍ଦ ପାଳନ, ଯାତାୟତ ପ୍ରଭାବିତ Reviewed by SUBHENDU BARAL on January 21, 2020 Rating: 5

No comments:

Powered by Blogger.