ମାୟାନଗରୀରେ ସେକ୍ସ ରାକେଟ ; କିଙ୍ଗପିନ୍‌ ୨ ଅଭିନେତ୍ରୀ ଗିରଫ, କରିଛନ୍ତି ଏମ୍‌ବିଏ : ଗ୍ରାହକଙ୍କଠାରୁ ନେଉଥିଲେ ଲକ୍ଷେ

ମୁମ୍ବାଇ ୨୨।୦୧: ଦେଶର ମାୟାନଗରୀ କୁହାଯାଉଥିବା ମୁମ୍ବାଇରୁ ପୁଣି ଥରେ ସେକ୍ସ ରାକେଟ ଠାବ ହୋଇଛି । ସହରରେ ଥିବା ଏକ ହୋଟେଲରେ ପୋଲିସ ଚଢାଉ କରି ସେକ୍ସ ରାକେଟ ଠାବ କରିଛି । ପୋଲିସ ଚଢାଉ ସମୟରେ ତିନି ଜଣ ଯୁବତୀଙ୍କ ସହ ୨ଜଣ ଏଜଣ୍ଟେଙ୍କୁ  ଗିରଫ କରିବାରେ ସକ୍ଷମ ହୋଇଛି । ଚଢାଉରେ ପୋଲିସକୁ ହୋଟେଲରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ମିଳିଛି ।

ସୂଚନାଯୋଗ୍ୟ ଯେ, ମୁମ୍ବାଇର ଏହି ହୋଟେଲେ କିଛିଦିନ ହେଲା ସେକ୍ସ ରାକେଟ ଚାଲିଥିବା ପୋଲିସ ପାଖରେ ଅଭିଯୋଗ ଆସୁଥିଲା । ଶେଷରେ ପୋଲିସ  ହୋଟେଲ ଅତର୍କିତ ଚଢାଉ କରି ଚାଲିଥିବା ସେକ୍ସ ରାକେଟକୁ ଠାବ କରିଛି । ହୋଟେଲରୁ ତିନି ଜଣ ଯୁବତୀଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରୁ ଦୁଇ ଜଣ ବିଦେଶୀ ନାଗରିକ ବୋଲି ଜଣାପଡିଛି । ଉଭୟ ବିଦେଶୀ ମହିଳାମାନେ ତୁର୍କିମେନିସ୍ତାନର ବୋଲି ପୋଲିସକୁ ସୂଚନା ଦେଇଛନ୍ତି । ତେବେ ଉଦ୍ଧାର ହୋଇଥିବା ଅନ୍ୟ ଯୁବତୀ ଜଣଙ୍କ ମୁମ୍ବାଇର ବୋଲି ଜଣାପଡିଛି।

ପୋଲିସ ସୂଚନାନୁସାରେ ଉଦ୍ଧାର ହୋଇଥିବା ବିଦେଶୀ ମହିଳାମାନେ ଭାରତୀୟ ଫିଲ୍ମରେ ଛୋଟମୋଟ ଅଭିନୟ କରିଥାନ୍ତି । ଏହି ଦୁଇଜଣ ବିଦେଶୀ ମହିଳା ଫିଲ୍ମରେ କାମ କରିବା ସହ ପୁଣେର ଏକ କଲେଜରେ ଏମ୍‌ବିଏ ପାଠ ମଧ୍ୟ ପଢୁଛନ୍ତି । ପୋଲିସ ଏମାନଙ୍କ ସହ ହୋଟେଲ୍‌ରୁ ଦୁଇ ଜଣ ଏଜେଣ୍ଟକୁ ମଧ୍ୟ ଗିରଫ କରିଛି । ଗିରଫ ହୋଇଥିବା ଏଜେଣ୍ଟଙ୍କ ନାମ ଜାଭେଦ ଓ ନାବେଦ ବୋଲି ସୂଚନା ରହିଛି ।

ଉଭୟ ମହିଳାଙ୍କ ପାଇଁ ଗ୍ରାହକ ଯୋଗାଡ କରିଥାନ୍ତି । ସେହିପରି ବିଦେଶୀ ମହିଳାମାନେ କହିଛନ୍ତି ଯେ, ତାଙ୍କୁ ଫିଲ୍ମରେ କାମ କରିବା ବାହାନାରେ ଦେହ ବ୍ୟବସାୟରେ ଲିପ୍ତ କରାଯାଇଛି । କିନ୍ତୁ ପୋଲିସ ସୂଚନାନୁସାରେ ଗ୍ରାହକମାନଙ୍କୁ ଖୁସି କରିବା ପରେ ଏମାନଙ୍କୁ ଗୋଟିଏ ରାତି ପାଇଁ ଲକ୍ଷାଧିକ ଟଙ୍କା ଦିଆଯାଇଥାଏ ।



from Prameya News7 https://ift.tt/30Ois3F
ମାୟାନଗରୀରେ ସେକ୍ସ ରାକେଟ ; କିଙ୍ଗପିନ୍‌ ୨ ଅଭିନେତ୍ରୀ ଗିରଫ, କରିଛନ୍ତି ଏମ୍‌ବିଏ : ଗ୍ରାହକଙ୍କଠାରୁ ନେଉଥିଲେ ଲକ୍ଷେ ମାୟାନଗରୀରେ ସେକ୍ସ ରାକେଟ ; କିଙ୍ଗପିନ୍‌ ୨ ଅଭିନେତ୍ରୀ ଗିରଫ, କରିଛନ୍ତି ଏମ୍‌ବିଏ : ଗ୍ରାହକଙ୍କଠାରୁ ନେଉଥିଲେ ଲକ୍ଷେ Reviewed by SUBHENDU BARAL on January 21, 2020 Rating: 5

No comments:

Powered by Blogger.