ସମୁଦ୍ରରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା : ୧୮ମତ୍ସ୍ୟଜୀବୀ ଉଦ୍ଧାର, ୪ସାମାନ୍ୟ ଆହତ

ବ୍ରହ୍ମପୁର ୧୯।୧: କୁହୁଡି ଯୋଗୁଁ ଗୋପାଳପୁର ସମୁଦ୍ରରେ ଅଘଟଣ । ମାଛ ଧରିବାକୁ ଯିବାବେଳେ ଉଚ୍ଚ ଲହଡି ଯୋଗୁଁ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା ହୋଇଛି । ଦୁଇଟି ଡଙ୍ଗା ଭାଙ୍ଗିଯିବା ସହ ଡଙ୍ଗାରେ ଥିବା ଲକ୍ଷାଧିକ ଟଙ୍କାର ଜାଲ ନଷ୍ଟ ହୋଇଯାଇଥିବା ଜଣାପଡିଛି ।

ଦୁଇ ଡଙ୍ଗାରେ ଥିବା ୧୮ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ୪ ଜଣ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆଉ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଜାରି ରହିବ ଘନ କୁହୁଡ଼ି । ଏବେ ଦକ୍ଷିଣ-ପୂର୍ବ ଦିଗରୁ ପବନ ବହୁଛି । ସମୁଦ୍ରରୁ ଜଳୀୟବାଷ୍ପ ସ୍ଥଳଭାଗକୁ ଆସୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ହେଉଛି । ଆଗକୁ ୫ଦିନ ଏହିପରି ଘନ କୁହୁଡ଼ି ଜାରି ରହିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଆଜି ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିଛି ।



from Prameya News7 https://ift.tt/366LnRt
ସମୁଦ୍ରରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା : ୧୮ମତ୍ସ୍ୟଜୀବୀ ଉଦ୍ଧାର, ୪ସାମାନ୍ୟ ଆହତ ସମୁଦ୍ରରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା : ୧୮ମତ୍ସ୍ୟଜୀବୀ ଉଦ୍ଧାର, ୪ସାମାନ୍ୟ ଆହତ Reviewed by SUBHENDU BARAL on January 18, 2020 Rating: 5

No comments:

Powered by Blogger.