ଚଳନ୍ତା ଟ୍ରକ୍‌ରେ ନିଆଁ : ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର

କରଞ୍ଜିଆ ୧୯।୧: ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ଟ୍ରକ୍ । ୪୯ ନମ୍ବର ଜାତୀୟ ରାଜପଥ କୋଇତା ଛକ ନିକଟରେ ଟ୍ରକଟି ଜଳିଯାଇଥିବା ସୂଚନା ମିଳିଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ଟ୍ରକ୍ ଡ୍ରାଇଭର ଓ ହେଲପର ।

ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ରାଇରଙ୍ଗପୁର ବହଳଦା ଥାନା ଦୁନ୍ଦୁ ରୋଡରେ ଥିବା ଏକ ଗ୍ୟାରେଜରେ ହୁତୁ ହୁତୁ ହୋଇ ଜଳିଯାଇଥିଲା ଏକ ଜାଇଲୋ ଗାଡି । ଗାଡି ମାଲିକ ମରାମତି ପାଇଁ ଗାଡି ଗ୍ୟାରେଜରେ ଦେଇଥିଲେ । ତେବେ ଗାଡିରେ ଓଲଡିଂ କରିବା ସମୟରେ ଗାଡିରେ ନିଆଁ ଲାଗି ଯାଇଥିଲା । ଗାଡିଟି ଜଳୁଥିବା ଦେଖି ପାଖରେ ଥିବା ୱାସିଂ ସେଣ୍ଟରରୁ ପାଣି ଆଣି ନିଆଁକୁ ଆୟତ୍ତ କରାଯାଇଥିଲା ।



from Prameya News7 https://ift.tt/366Lk8f
ଚଳନ୍ତା ଟ୍ରକ୍‌ରେ ନିଆଁ : ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର ଚଳନ୍ତା ଟ୍ରକ୍‌ରେ ନିଆଁ : ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର Reviewed by SUBHENDU BARAL on January 18, 2020 Rating: 5

No comments:

Powered by Blogger.