ହାତୀ ଆକ୍ରମଣରେ ଦୁଇ ମୃତ, ୪ ଆହତ : ଆଜି କୋରେଇରେ ସମସ୍ତ ସ୍କୁଲ ଛୁଟି

ଯାଜପୁର ୨୪।୧: ଯାଜପୁର ଜିଲ୍ଲାରେ ହାତୀ ଉପଦ୍ରବ । ଯାଜପୁର ଜିଲ୍ଲା ପାଣିକୋଇଲି ଶଂଖଚିଲାରେ ବଣୁଆ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଗୋଡିପାଟଣା ଗାଁର ଚିନ୍ତାମଣି ରାମ ଓ ଚିନ୍ତାମଣି ରାମ । ଏକ ବଣୁଆ ହାତୀ ଏହି ଅଞ୍ଚଳକୁ ପଶିଆସି ତାର ଉତ୍ପାତ ଜାରି ରଖିଛି । ତା ସାମ୍ନାରେ ଯିଏ ପଡୁଛି ତାକୁ ଆକ୍ରମଣ କରିବାକୁ ଗୋଡାଉଛି । 

ହାତୀ ଉତ୍ପାତରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନବିଭାଗ ପକ୍ଷରୁ ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରହିଛି । ହାତୀ ଉପଦ୍ରବ ପାଇଁ କୋରେଇ ବ୍ଲକର ସମସ୍ତ ସ୍କୁଲ ଆଜି ବନ୍ଦ । ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । 



from Prameya News7 https://ift.tt/36oaTSt
ହାତୀ ଆକ୍ରମଣରେ ଦୁଇ ମୃତ, ୪ ଆହତ : ଆଜି କୋରେଇରେ ସମସ୍ତ ସ୍କୁଲ ଛୁଟି ହାତୀ ଆକ୍ରମଣରେ ଦୁଇ ମୃତ, ୪ ଆହତ : ଆଜି କୋରେଇରେ ସମସ୍ତ ସ୍କୁଲ ଛୁଟି Reviewed by SUBHENDU BARAL on January 23, 2020 Rating: 5

No comments:

Powered by Blogger.