ଭୁବନେଶ୍ୱର : ଆଜି ସାରା ଦେଶରେ କନ୍ୟାରତ୍ନ ଦିବସ ପାଳନ ହେଉଛି । ଝିଅକୁ ସବୁ କ୍ଷେତ୍ରରେ ଅଧିକରୁ ଅଧିକ ସହଯୋଗ ଯୋଗାଇ ଦେବା ଓ ସୁବିଧା ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ କନ୍ୟାରତ୍ନ ଦିବସ ପାଳନ ହେଉଛି ।
୨୦୦୮ ମସିହାରୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କନ୍ୟାରତ୍ନ ଦିବସ ପାଳନ ହୋଇଆସୁଛି । ତା ଛଡ଼ା ବର୍ଷ ବର୍ଷ ଧରି ଶିଶୁ କନ୍ୟା ପ୍ରତି ଥିବା ଅସୂୟ ଭାବ ଓ ଅସମାନତା ବିରୋଧରେ ସଚେତନ ସୃଷ୍ଟି କରିବା ମଧ୍ୟ ଏହାର ଲକ୍ଷ୍ୟ ।
ସମାଜରେ ପ୍ରତିଟି କ୍ଷେତ୍ରରେ ଝିଅମାନଙ୍କୁ ଅବହେଳା କରାଯାଇ ଆସିଛି। ଶିକ୍ଷା ହେଉ କି ଅଧିକାର,ଭଲ ଖାଦ୍ୟ ହେଉ କି ସ୍ୱାସ୍ଥ୍ୟ ବା ସୁରକ୍ଷା ସବୁ କ୍ଷେତ୍ରରେ ପକ୍ଷପାତିତାର ସାମନା କରି ଆସିଛି ଝିଅ। ଏପରିକି ଖୁବ୍ କମ୍ ବୟସରେ ଝିଅଙ୍କୁ ବାହାଘର କରିଦେବାର ମଧ୍ୟ ଦେଖିବାକୁ ମିଳିଛି।
ଜାତୀୟ ସ୍ତରରେ ଝିଅମାନଙ୍କୁ ସମାନତାର ଅଧିକାର ଦେବା ଲାଗି କନ୍ୟାରତ୍ନ ଦିବସ ପାଳନ ହେଇଆସୁଛି।
from OTV Khabar. https://ift.tt/30NwXEZ
ଆଜି ସାରା ଦେଶରେ ପାଳନ ହେଉଛି କନ୍ୟାରତ୍ନ ଦିବସ Pradesh Pratyush
Reviewed by SUBHENDU BARAL
on
January 23, 2020
Rating:
Reviewed by SUBHENDU BARAL
on
January 23, 2020
Rating:
No comments: