ଜେଲ୍‌ରୁ ବାହାରିଲା ପୁଞ୍ଜିଲାଲ୍ ମେହେର, ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ମିଳିଛି ଅନ୍ତରୀଣ ଜାମିନ

ବଲାଙ୍ଗିର ୨୪।୧: ବଲାଙ୍ଗୀର ଜେଲରୁ ବାହାରିଲା ପୁଞ୍ଜିଲାଲ ମେହେର । ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ୪ ଦିନିଆ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି କୋର୍ଟ । ଆଜିଠାରୁ ୨୮ତାରିଖ ପର୍ଯ୍ୟନ୍ତ ସେ ବାହାରେ ରହିବେ । ପାଟଣାଗଡ ପାର୍ସଲ ବେ।ମା ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପୁଞ୍ଜିଲାଲ ମେହେର । ଗତ ୧୨ ତାରିଖରେ ଦିନକ ପାଇଁ ଜେଲରୁ ମୁକୁଳିଥିଲେ ପୁଞ୍ଜିଲାଲ୍ । ମା’ଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେବାକୁ ଦିନକ ପାଇଁ ଜେଲରୁ ମୁକୁଳିଥିଲେ ।

punjilal

ସୂଚନାଯୋଗ୍ୟ ଯେ, ୨୦୧୮ ଫେବୃଆରୀ ୨୩ ତାରିଖରେ ପାଖାପାଖି ଦିନ ୧୨ଟାରୁ ଗୋଟାଏ ସମୟରେ ଘଟିଥିଲା ଏହି ଘଟଣା। ପାଟଣାଗଡ ବ୍ରହ୍ମପୁରାରେ ରହୁଥିବା ସୋମ୍ୟଶେଖରଙ୍କ ଘରେ ହୋଇଥିଲା ଗିଫ୍ଟ ବୋମା ବିସ୍ଫୋରଣ ଓ ଘଟଣାସ୍ଥଳରେ ସୋମ୍ୟଶେଖର ତାଙ୍କ ଜେଜେମା ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିଲା । କିଛି ଘଣ୍ଟା ପରେ ସୋମ୍ୟ ଓ ତାଙ୍କ ଜେଜେମାଙ୍କ ମୃତ୍ୟୁ ଘଟିଥିଲା। ଲୋକ ଭାବୁଥିଲେ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହୋଇଛି ହେଲେ ବାହାଘରକୁ ଆସିଥିବା ଗିଫ୍ଟ ପାର୍ସଲ  ଭିତରେ ରହିଥିଲା ବୋମା ଓ ତାକୁ ଖୋଲିବା ମାତ୍ରେ ହୋଇଥିଲା ବିସ୍ଫୋରଣ । ଏହା ଦୁଇ ଜଣଙ୍କ ଜୀବନ ନେବା ସହ ସୋମ୍ୟଙ୍କ ସ୍ତ୍ରୀ ରିମାଙ୍କ ଗୁରୁତର ଭାବରେ କରାଯାଇଥିଲା ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି । ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଡିଗିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତତ କରାଯାଇଥିଲା ।

ଏଭଳି ଘଟଣା ଘଟାଇଥିବା ବ୍ୟକ୍ତିକୁ ଫାଶୀ ଦଣ୍ଡର ଦାବି ଉଠିଥିଲା । ଘଟଣା ତଦନ୍ତ ବଲାଙ୍ଗୀର ପୋଲିସ ଆରମ୍ଭ କରିଥିଲା। ବଲାଙ୍ଗୀରଠାରୁ ରାୟପୁର, ବୌଦ୍ଧଠାରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଛାନଭିନ କରି ଫେଲ୍ ମାରିଥିଲା ପୋଲିସ। ପରେ ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ତଦନ୍ତର ୨ ମାସ ପରେ ଭଇଁଷା କଲେଜରେ ଇଂରାଜୀ ଅଧ୍ୟାପକ ଥିବା ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଘନ ଘନ ଜେରା ସହ ତଦନ୍ତ ଛାନଭିନ ପରେ ସେ ହିଁ ଏହି ଘଟଣା ଘଟାଇଥିବା କ୍ରାଇମବ୍ରାଞ୍ଚ ଆଗରେ ସ୍ବୀକାର କରିଥିଲା ପୁଞ୍ଜିଲାଲ।

ୟୁଟ୍ୟୁବରୁ ଭିଡିଓ ଦେଖି ବମ୍ ତିଆରି କରିବା ସହ ଏଭଳି ଘଟଣା ଘଟାଇଥିଲା ପୁଞ୍ଜିଲାଲ। ଫୋରେନସିକ ଟେଷ୍ଟ, ସାଇଣ୍ଟିଫିକ୍ ଟେଷ୍ଟ, ସହ ବିଭିନ୍ନ ଟେଷ୍ଟ କରାଯିବା ସହ ତଥ୍ୟ ସଂଗ୍ରହ କରିଥିଲା କ୍ରାଇମବ୍ରାଞ୍ଚ। ପରେ ପୁଞ୍ଜିଲାଲକୁ ଜେଲ୍ ହାଜତକୁ ପଠାଇବା ୧୧ ମାସ ପରେ ଫାଇନାଲ ଚାର୍ଜସିଟ୍ ଦାଖଲ କରିଥିଲା । ପାଟଣାଗଡ ଜେଲରୁ ଫେରାର ଉଦ୍ୟମ କରିବା ପରେ ପୁଞ୍ଜିଲାଲକୁ ବଲାଙ୍ଗୀର ଜେଲକୁ ସ୍ଥାନନ୍ତିରତ କରାଯାଇଥିଲା । ତେବେ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ପୁଞ୍ଜିଲାଲଙ୍କୁ ୪ଦିନିଆ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି କୋର୍ଟ ।



from Prameya News7 https://ift.tt/2vimO7z
ଜେଲ୍‌ରୁ ବାହାରିଲା ପୁଞ୍ଜିଲାଲ୍ ମେହେର, ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ମିଳିଛି ଅନ୍ତରୀଣ ଜାମିନ ଜେଲ୍‌ରୁ ବାହାରିଲା ପୁଞ୍ଜିଲାଲ୍ ମେହେର, ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ମିଳିଛି ଅନ୍ତରୀଣ ଜାମିନ Reviewed by SUBHENDU BARAL on January 23, 2020 Rating: 5

No comments:

Powered by Blogger.