୫୦୦୦ବସ୍ତା ଧାନ ରଖି ୨ ଶୀତ କାକରରେ ଧାରଣ ଦେଇଛନ୍ତି ଚାଷୀ- କେହି ଦୁଃଖ ଶୁଣୁ ନଥିବା ଅଭିଯୋଗ

ବରଗଡ ୨୩।୦୧ – ବରଗଡ଼ ଜିଲ୍ଲା ପଦ୍ମପୁର ବଏସନା ରୋଡ଼ ଲଖମରା ଛକରେ ୫୦୦୦ ବସ୍ତା ଧାନ ପକାଇ ୨ ଦିନ ହେଲା  କରିଛନ୍ତି ରାସ୍ତା ରୋକ ଚାଷୀ । ଶୀତରେ ରାତି ତମାମ ରାସ୍ତାରେ ସୋଇଛନ୍ତି ହେଲେ କେହି ଅଧିକାରୀ ତାଙ୍କର ପାଖକୁ ଆସି ନାହାନ୍ତି । ଉପ ଜିଲ୍ଲାପାଳ କିମ୍ବା ଯୋଗାଣ ଅଧିକାରୀ ମୁହଁ ମଧ୍ୟ ମରୁନାହାନ୍ତ ,ବିଲକୁଲ ପର୍ବା ନାହିଁ ସରକାରୀ ବାବୁଙ୍କର । ଏପଟେ ରାସ୍ତାରେ ସହ ସହ ଜାନ ବାହାନ ଜାମ ,ସେ ମନେ ମଧ୍ୟ ହେରାଣ ରେ ପଡୁଛନ୍ତି ।

ଲାଖମରା ସୋସାଇଟି ର ପାଖା ପାଖି ୩୦୮ ଜଣ ଚାଷୀର ହୋଇନି ଧାନ ବିକ୍ରି କାର୍ଡ । ଯେଉଁଥି ପାଇଁ ସେମାନ ଧାନ ବିକ୍ରୀ କରି ପାରିନାହାନ୍ତି । ସେମାନେ  ୩ଦିନ ପୂର୍ବରୁ ରାସ୍ତା ରୋକ କରିଥିଲେ , ପ୍ରତିଶୃତି ପାଇବାପରେ ଗୋଟିଏ ପାଖ ରାସ୍ତା ଖୋଲା କରିଥିଲେ ଏବଂ ଯିବା ଆସିବା ସାମାନ୍ୟ ହୋଇଥିଲା । ହେଲେ ଆଜି ଯାଏ ତାଙ୍କ ର ଟୋକାନ ର ବ୍ୟବସ୍ଥା କରାଯାଇ ନଥିବାରୁ ପୁଣି ସେମାନେ  ରାସ୍ତାରୋକ କରିଛନ୍ତି  । ସେମାନେ ଏହା ପୂର୍ବରୁ ମଧ୍ୟ ପଦ୍ମପୁର ଉପ ଜିଲ୍ଲାପାଳ ଓ ବରଗଡ ଜିଲ୍ଲା ପାଲ କୁ ଏହି ସମସ୍ୟା ବାବଦରେ ବାରମ୍ବାର ଜାଣଇ ଥିଲେ ହେଲେ କେହି ଏହି ସମସ୍ୟା ପ୍ରତି ଧ୍ୟାନ ନ ଦେବାରୁ ,ବାଧ୍ୟ ହୋଇ ସେମାନେ ଏହି ରାସ୍ତା ଆପଣାଇ ଛନ୍ତି ଏବଂ ତାଙ୍କର ଦାବି ପୂରଣ ନ ହେବାଯାଏ ସେମାନେ ରାସ୍ତାରୁ ଉଠିବେ ନାହିଁ ବୋଲି କହୁଛନ୍ତି ।



from Prameya News7 https://ift.tt/36ew2hS
୫୦୦୦ବସ୍ତା ଧାନ ରଖି ୨ ଶୀତ କାକରରେ ଧାରଣ ଦେଇଛନ୍ତି ଚାଷୀ- କେହି ଦୁଃଖ ଶୁଣୁ ନଥିବା ଅଭିଯୋଗ ୫୦୦୦ବସ୍ତା ଧାନ ରଖି ୨ ଶୀତ କାକରରେ ଧାରଣ ଦେଇଛନ୍ତି ଚାଷୀ- କେହି ଦୁଃଖ ଶୁଣୁ ନଥିବା ଅଭିଯୋଗ Reviewed by SUBHENDU BARAL on January 22, 2020 Rating: 5

No comments:

Powered by Blogger.