ସବସିଡି ପାଇଁ ଚିଠି । ଧାନ ସଂଗ୍ରହର ବକେୟା ସବସିଡି ତୁରନ୍ତ ଦେବା ଲାଗି କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ Kanak News

କନକ ବ୍ୟୁରୋ : ରାଜ୍ୟକୁ ଧାନ ସଂଗ୍ରହ ବାବଦରେ ବକେୟା ସବସିଡି ଅର୍ଥ ତୁରନ୍ତ ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସେ ତାଙ୍କ ଚିଠିରେ ଦର୍ଶାଇଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ବାରା ଧାନ ସଂଗ୍ରହର ସବସିଡି ଅର୍ଥ ବକେୟା ବାବଦକୁ ରାଜ୍ୟ ସରକାରଙ୍କ ପ୍ରମୁଖ ଧାନ ସଂଗ୍ରହକାରୀ ସଂସ୍ଥା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ୨୮୭୨.୨୭ କୋଟି ଟଙ୍କା ପାଇବାକୁ ଅଛି। ଡିସେମ୍ବର ୨୦୧୯ ସୁଦ୍ଧା ଏ ବାବଦ ସବସିଡି ଆକାରରେ ମୋଟ ୪୩୦୭.୧୭ କୋଟି ଟଙ୍କା ପ୍ରାପ୍ୟ ଥିଲା ବେଳେ ଭାରତ ସରକାର ମାତ୍ର ୧୪୩୪.୯୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହା ସହ ମାର୍ଚ୍ଚ ୨୦୨୦ ତ୍ରୈମାସିକ ବାବଦକୁ ଅଗ୍ରୀମ ସବସିଡି ଅର୍ଥ ପ୍ରାୟ ୧୪୦୦ କୋଟି ଟଙ୍କା ଓଡ଼ିଶାର ପ୍ରାପ୍ୟ ହେଉଛି।

ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି, ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ସହିତ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ହୋଇଥିବା ବୁଝାମଣାପତ୍ର ଅନୁଯାୟୀ ପ୍ରତି ୩ ମାସର ପ୍ରଥମ ମାସରେ ରାଜ୍ୟକୁ ଅଗ୍ରୀମ ସବସିଡି ବାବଦକୁ ପ୍ରାପ୍ୟ ଅର୍ଥ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ। ମାତ୍ର ୨୦୧୯-୨୦ ଆର୍ଥିକ ବର୍ଷରେ ସବସିଡି ବାବଦକୁ ଏ ପର୍ଯ୍ୟନ୍ତ କୌଣସି ଅର୍ଥ ପ୍ରଦାନ କରାଯାଇ ନାହିଁ। ଏହା ଫଳରେ ଧାନ ସଂଗ୍ରହକାରୀ ସଂସ୍ଥା ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି ଓ ଓଡ଼ିଶା ରାଜ୍ୟ ଯୋଗାଣ ନିଗମକୁ ବ୍ୟାଙ୍କ ଅର୍ଥ ସୀମା ଶେଷ ହୋଇଯାଇଛି। ତୁରନ୍ତ ସବସିଡି ଅର୍ଥ ପ୍ରଦାନ କରା ନ ଗଲେ ଧାନ ସଂଗ୍ରହ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ତେଣୁ ମନ୍ତ୍ରୀ ଶ୍ରୀ ପାଶ୍ବାନ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଓଡ଼ିଶାକୁ ବକେୟା ଅର୍ଥ ପ୍ରଦାନ କରିବାକୁ ଶ୍ରୀ ସ୍ବାଇଁ ଅନୁରୋଧ କରିଛନ୍ତି। ଚଳିତ ଖରିଫ ବିପଣନ ଋତୁ ୨୦୧୯-୨୦ରେ ରାଜ୍ୟରେ ପର୍ଯ୍ୟନ୍ତ ୩୦ ଲକ୍ଷ ଟନ୍ରୁ ଅଧିକ ଧାନ ସଂଗ୍ରହ କରାଯାଇ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୫୪୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି ବୋଲି ମନ୍ତ୍ରୀ ଜଣାଇଛନ୍ତି।



from Kanak News https://ift.tt/36p7oLL https://ift.tt/2RKJh4u

ସବସିଡି ପାଇଁ ଚିଠି । ଧାନ ସଂଗ୍ରହର ବକେୟା ସବସିଡି ତୁରନ୍ତ ଦେବା ଲାଗି କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ Kanak News ସବସିଡି ପାଇଁ ଚିଠି । ଧାନ ସଂଗ୍ରହର ବକେୟା ସବସିଡି ତୁରନ୍ତ ଦେବା ଲାଗି କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ Kanak News Reviewed by SUBHENDU BARAL on January 22, 2020 Rating: 5

No comments:

Powered by Blogger.