ଗୁଣପୁର ଷ୍ଟେଶନରେ ଟ୍ରେନ ଦୁର୍ଘଟଣା Minati Mishra

ରାୟଗଡ଼ା: ଗୁଣୁପୁର ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣା। ଗତକାଲି ରାତି ୯ଟାରେ ଘଟିଛି ଏହି ଦୁର୍ଘଟଣ। ଇଞ୍ଜିନ୍‌ ବଦଳାଇବାକୁ ଯାଉଥିବାବେଳେ  ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନର ଇଞ୍ଜିନ ଡେଡ୍ ଲାଇନକୁ ଧକ୍କା ଦେଇଥିଲା।

ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ ଗତକାଲି ପୁରୀରୁ ଗୁଣପୁର ଆସୁଥିଲାବେଳେ ଗୁଣପୁର ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ଷ୍ଟେଶନରେ ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଟ୍ରେନ୍‌ଟି ଇଞ୍ଜିନ୍‌ ବଦଳାଇବା ନିମନ୍ତେ ଡେଡ୍‌ ଲାଇନ୍‌ ନିକଟକୁ ଯାଇଥିଲା। ମାତ୍ର ସେଠାରେ ତାହା ଡେଡ୍‌ଲାଇନ୍‌କୁ ଧକ୍କା ଦେଇଥିଲା। ଫଳରେ ଆଉ ଏକ ଇଞ୍ଜିନ୍‌ ସଂଯୋଗ ହୋଇ ଟ୍ରେନ୍‌ଟି ରାତି ପ୍ରାୟ ୧ଟା ପରେ ପଲାସା ଅଭିମୁଖେ ବାହାରିଥିଲା।ଦୁର୍ଘଟଣାରେ କେହି  ମୃତାହତ ହୋଇ ନାହାନ୍ତି।

ଦୁର୍ଘଟଣା ପରେ ରେଳ ଚଳାଚଳ ସ୍ୱାଭାବିକ ରହିଛି।



from OTV Khabar. https://ift.tt/30MJ3y6
ଗୁଣପୁର ଷ୍ଟେଶନରେ ଟ୍ରେନ ଦୁର୍ଘଟଣା Minati Mishra ଗୁଣପୁର ଷ୍ଟେଶନରେ ଟ୍ରେନ ଦୁର୍ଘଟଣା Minati Mishra Reviewed by SUBHENDU BARAL on January 22, 2020 Rating: 5

No comments:

Powered by Blogger.