ଭଦ୍ରକ(ପାର୍ଥସାରଥୀ ନାୟକ): ଦେଶର ଘଟୁଥିବା ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଘଟଣାକୁ ନେଇ ଦେଶ ଉଠ୍ପଡ଼ ହେଉଥିବା ବେଳେ ତଥାପି ଚେତୁ ନାହାନ୍ତି ଅସାମାଜିକ। କି ଥମୁନାହିଁ ସେମାନଙ୍କର ପାଶବିକ କାର୍ଯ୍ୟ। ଆଜି ପୁଣି ଏକ ଦୁଷ୍କର୍ମ ଘଟଣା ଭଦ୍ରକ ଗ୍ରମାଞ୍ଚଳ ଥାନା ଅଞ୍ଚଳରୁ ଆସିଛି।
ଘରେ ବନ୍ଧୁବାନ୍ଧବଙ୍କ ଗହଳିର ସୁଯୋଗ ନେଇ ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରି ଫେରାର ହୋଇଯାଇଛି ପାପୀ। ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଗତ ୧୦ ତାରିଖରେ ପୀଡ଼ିତାଙ୍କ ପରିବାର ଲୋକେ ଏକ ନବଜାତ ଶିଶୁର ଏକୋଇଶିଆରେ ବ୍ୟସ୍ତ ଥିଲେ। ଏଥିଯୋଗୁ ଘରେ ବନ୍ଧୁବାନ୍ଧବଙ୍କ ଗହଳି ଲାଗି ରହିଥିଲା। ଏହାର ସୁଯୋଗ ନେଇ ଉକ୍ତ ବାଟ ଦେଇ ଯାଉଥିବା ରପେୟା ପଞ୍ଚାୟତର ଜଣେ ଯୁବକ ତାଙ୍କ ଘରେ ପଶି ଯାଇଥିଲା। ଏହାପରେ ନାବାଳିକାକୁ ଏକ ରୁମ୍କୁ ନେଇଯାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ନାବାଳିକା ଜଣକ ଭୟଭୀତ ହୋଇ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କିଛି କହି ନଥିଲେ। ହେଲେ ଗତକାଲି ଦେହ ଖରାପ ହେବାରୁ ସମସ୍ତ କଥା ମା’ଙ୍କୁ କହିଥିଲେ। ଏହାପରେ ବିଳମ୍ୱିତ ରାତିରେ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପରିବାର ଲୋକେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏ ସମ୍ପର୍କରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
from OTV Khabar. https://ift.tt/2Pfpp9U
No comments: