ପିଠିରେ ଉପହାର ପେଡ଼ି, ମୁହଁରେ ଲମ୍ବା ଦାଢ଼ି । ବଡ଼ଦିନରେ କାହିଁକି ଆସନ୍ତି ସାଣ୍ଟା, କିଏ ଏହି ସାଣ୍ଟା କ୍ଲଜ୍? Kanak News

କନକ ବ୍ୟୁରୋ: ବଡ଼ଦିନ ନାଁ ଶୁଣିଲେ ସାଣ୍ଟା କ୍ଲଜ୍ କଥା ସମସ୍ତଙ୍କ ମନକୁ ନିଶ୍ଚୟ ଆସେ । କାରଣ ‘ମେରୀ ଖ୍ରୀଷ୍ଟମାସ୍’ କହିବା ପରେ ସାଣ୍ଟାକୁ ଯାହା ଉପହାର ମାଗନ୍ତି ସେ ସବୁକୁ ପୂରଣ କରନ୍ତି ସାଣ୍ଟା । ତେବେ ବାସ୍ତବରେ ଏହି ସାଣ୍ଟା କ୍ଲଜ୍ କିଏ ? ସେ କେଉଁଠାରେ ରୁହନ୍ତି? ସେ କ’ଣ ଆଜି ବି ପିଲାଙ୍କୁ ଉପହାର ଦିଅନ୍ତି କି? ପିଲାମାନେ କାହିଁକି ଖ୍ରୀଷ୍ଟମାସରେ ସାଣ୍ଟାକୁ ଅପେକ୍ଷା କରନ୍ତି? ଏଭଳି ପ୍ରଶ୍ନ ସବୁବେଳେ ମନକୁ ଆନ୍ଦୋଳିତ କରିଥାଏ ।

ବ୍ରିଟେନ୍ ବାସୀ ସାଣ୍ଟାଙ୍କୁ ପତ୍ର ଲେଖିବା ପରେ ଜଳାଇ ଦିଅନ୍ତି । ତାଙ୍କ ମାନିବା ଅନୁସାରେ ସାଣ୍ଟାଙ୍କ ପାଖକୁ ଏହି ଜଳିଥିବା ପତ୍ର ଯିବ । ମେକ୍ସିକୋରେ ପିଲାମାନେ ହିଲିୟମ୍ ବେଲୁନ୍ ରେ ନିଜ ମନକଥା ଲେଖି ଆକାଶକୁ ଛାଡିଦିଅନ୍ତି । ସାଣ୍ଟାଙ୍କ ପାଖକୁ ଏହି ବାର୍ତ୍ତା ଯିବ ବୋଲି ଧାରଣା ରଖିଥାନ୍ତି । ତେବେ ପ୍ରଭୁ ଯୀଶୁଙ୍କ ଅତି ଆଦରର ପାଦ୍ରି ସାଣ୍ଟା ପିଲାମାନଙ୍କ ପାଇଁ ମଧ୍ୟ ଅତି ନିଜର ଆଉ ଆଦରଣୀୟ ।
from Kanak News https://ift.tt/374lWks https://ift.tt/2MqTqlf
No comments: