ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ଆସନ୍ତା ୨୭ ତାରିଖରେ ଆସିବ ପ୍ଲସଟୁ ପରୀକ୍ଷା କାର୍ଯ୍ୟସୂଚୀ, ଏଥର ପରୀକ୍ଷାରୁ ବାଦ ପଡିବ ୫ଟି କଲେଜ Kanak News

plus 2

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହୋଇସାରିଛି । ଫେବୃୟାରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ସରିବ । ଏହାପରେ +୨ ପରୀକ୍ଷା ଆରମ୍ଭ ହେବ । ତେଣୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷା ସୁପରିଚାଳନା ନେଇ ମାନସମନ୍ଥନ କରିଛନ୍ତି । ଏନେଇ ଉଭୟ ପରିଷଦର ଅଧିକାରଙ୍କ ସହ ଆଲୋଚନା କରିଛନ୍ତି । ପରୀକ୍ଷା ପ୍ରସ୍ତୁତିର ଅଗ୍ରଗତି, ପରୀକ୍ଷା କେନ୍ଦ୍ର ଧାର୍ୟ୍ୟ, ଛାତ୍ରଛାତ୍ରୀଙ୍କ ସଂଖ୍ୟା, ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା ପରି ଏକାଧିକ ବିଷୟରେ ଉଭୟ ପରିଷଦର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଏଥିସହ ଡିସେମ୍ବର ୨୭ ତାରିଖ ସୁଦ୍ଧା +୨ ପରୀକ୍ଷା ତାରିଖ ଘୋଷଣା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ସମୀର ରଂଜନ ଦାଶ । ସବୁଠାରୁ ବଡ ନିଷ୍ପତ୍ତି କ୍ରମେ କପି ହେଉଥିବା ପରୀକ୍ଷା କେନ୍ଦ୍ରକୁ ଏଥିରୁ ବାଦ ଦିଆଯାଇଛି । ମାଟ୍ରିକରେ ୭ଟି ବିଦ୍ୟାଳୟ ଓ +୨ ରେ ୫ଟି କଲେଜ ପରୀକ୍ଷା କେନ୍ଦ୍ରରୁ ବାଦ ପଡିଛନ୍ତି ।

ଗତଥର ପରି ୨୦୨୦ରେ ବି ମାଟ୍ରିକ୍ରେ ୨୭୫୦ରୁ ଅଧିକ ଓ ଯୁକ୍ତ୨ରେ ୧୧୦୦ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଛି। ଯୁକ୍ତ୨ର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ ହୋଇଛି। ଯେଉଁ କଲେଜ ନ ଲଗାଇବେ ସେଠାରେ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ । ତେବେ ଏଥର ବି ମାଟ୍ରିକର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିପାରିବ ନାହିଁ । ମାଟ୍ରିକରେ ୩୦୦ ନୋଡାଲ ସେଣ୍ଟର ସହ ୭୦୦ ସେଣ୍ଟରରେ ସିସିଟିଭି ଲାଗିବ ନେଇ ନିଷ୍ପତ୍ତି ହୋଇଛି ।

ପରୀକ୍ଷା ପରିଚାଳନା ଲାଗି ପୂର୍ବଥର ପରି ଏଥର ବି ୪ ସ୍ତରୀୟ ସ୍କ୍ବାଡ୍ ହେବ । ପରିଷଦ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍ ହେବାକୁ ଥିବା ବେଳେ ଜୋନାଲ, ଜିଲ୍ଲା ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ ମଧ୍ୟ ଭିନ୍ନ ଭିନ୍ନ ସ୍କ୍ବାଡ୍ ଗଠନ ହେବ । ଚଳିତ ଥର ପ୍ରଥମ ଥର ପାଇଁ ଗଣଶିକ୍ଷା ବିଭାଗର ଅଧିକାରୀମାନେ ସିଧାସଳଖ ଯୁକ୍ତ୨ ଓ ମାଟ୍ରିକ ପରୀକ୍ଷାକୁ ନିରୀକ୍ଷଣ କରିବେ । ପ୍ରତେକ ଜିଲ୍ଲା ପାଇଁ ଜଣେ ଲେଖାଏଁ ଅଫିସରସ୍ତରୀୟ ଅଧିକାରୀ ନିଯୁକ୍ତ ହେବେ ।



from Kanak News https://ift.tt/2PXISwd https://ift.tt/2tKmcTW
ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ଆସନ୍ତା ୨୭ ତାରିଖରେ ଆସିବ ପ୍ଲସଟୁ ପରୀକ୍ଷା କାର୍ଯ୍ୟସୂଚୀ, ଏଥର ପରୀକ୍ଷାରୁ ବାଦ ପଡିବ ୫ଟି କଲେଜ Kanak News ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ଆସନ୍ତା ୨୭ ତାରିଖରେ ଆସିବ ପ୍ଲସଟୁ ପରୀକ୍ଷା କାର୍ଯ୍ୟସୂଚୀ, ଏଥର ପରୀକ୍ଷାରୁ ବାଦ ପଡିବ ୫ଟି କଲେଜ Kanak News Reviewed by SUBHENDU BARAL on December 24, 2019 Rating: 5

No comments:

Powered by Blogger.