ଆସନ୍ତାକାଲି ସୂର୍ଯ୍ୟପରାଗ : ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର, ଶ୍ରୀଜିଉଙ୍କୁ ସାରାରାତି ଦର୍ଶନ କରିପାରିବେ ଭକ୍ତ Kanak News

କନକ ବ୍ୟୁରୋ : ଆସନ୍ତାକାଲି ସୂର୍ଯ୍ୟପରାଗ । ଆଉ ଏଇଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ନିର୍ଘଂଟ କରାଯାଇଛି । ଆଜି ମହାପ୍ରଭୁଙ୍କ ନୀତିକାନ୍ତି ପରିବର୍ତନ କରାଯାଇଥିବା ଛତିଶାନିଯୋଗ ତରଫରୁ ସୂଚନା ମିଳିଛି । ଆସନ୍ତାକାଲି ବକୁଳ ଅମାବାସ୍ୟା ବା ପୌଷ ଅମାବାସ୍ୟାରେ ସୂର୍ଯ୍ୟୋପରାଗ ପଡୁଥିବାରୁ ଆଜି ଶ୍ରୀମନ୍ଦିର ରାତି ତମାମ ଖୋଲା ରହିବ । ଆଜି ରାତି ୮ଟା ୧୭ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ତେଣୁ ପରାଗ ଗ୍ରାସର ୧୨ ଘଂଟା ପୂର୍ବରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପାଇଁ ବ୍ୟବସ୍ଥା କରାଯାଇଛି ।

ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର । ଶ୍ରୀଜିଉଙ୍କୁ ସାରାରାତି ଦର୍ଶନ କରିପାରିବେ ଭକ୍ତ । ରାତି ୩ଟେରେ ଶ୍ରୀମନ୍ଦିର ଦ୍ୱାରଫିଟା, ଭିତର ଶୋଧ ରାତି ୩ଟା ୩୦, ମଙ୍ଗଳ ଆଳତି ୩ଟା ୪୫ ଏବଂ ୪ଟା୩୦ରେ ମଇଲମ ଓ ତଡ଼ପ ଲାଗି କରାଯିବ । ସେହିପରି ଅବକାଶ ସକାଳ ୫ଟା, ସୂର୍ଯ୍ୟୋପୂଜା ୫ଟା ୪୫ ଓ ଦ୍ୱାରପାଳ ପୂଜା ସକାଳ ୬ଟାରେ ସଂପନ୍ନ କରାଯିବା ପାଇଁ ନୀତି ନିର୍ଘଂଟ କରାଯାଇଛି । ଏହାପରେ ପହିଲି ଭୋଗ, ସକାଳ ଧୂପ, ମଇଲମ, ମଧ୍ୟାହ୍ନ ଧୂପ ଶ୍ରୀମନ୍ଦିରରେ ଲାଗି ହେବ ।

୨୬ ତାରିଖ ସକାଳେ ଦେଖାଯିବ ମହାଜାଗତିକ ଦୃଶ୍ୟ । ପୃଥିବୀ ଓ ସୂର୍ଯ୍ୟ ମଝିକୁ ଆସିଯିବ ଚନ୍ଦ୍ର । ଗୁରୁବାର ସକାଳ ୮ଟା ୧୭ ମିନିଟରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ ମିନିଟରେ ଶେଷ ହେବ ପରାଗ ।



from Kanak News https://ift.tt/35WxXrV https://ift.tt/2KUq4we
ଆସନ୍ତାକାଲି ସୂର୍ଯ୍ୟପରାଗ : ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର, ଶ୍ରୀଜିଉଙ୍କୁ ସାରାରାତି ଦର୍ଶନ କରିପାରିବେ ଭକ୍ତ Kanak News ଆସନ୍ତାକାଲି ସୂର୍ଯ୍ୟପରାଗ : ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର, ଶ୍ରୀଜିଉଙ୍କୁ ସାରାରାତି ଦର୍ଶନ କରିପାରିବେ ଭକ୍ତ Kanak News Reviewed by SUBHENDU BARAL on December 24, 2019 Rating: 5

No comments:

Powered by Blogger.