ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଘାରିଛି ହାତୀ ସୁରକ୍ଷା ଚିନ୍ତା। ୪ଟି ହାତୀ ମୃତ୍ୟୁ ପରେ ଆରମ୍ଭ ହେଲା ସମୀକ୍ଷା। ୨୫ରେ ଆସିବେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ Kanak News

କନକ ବ୍ୟୁରୋ: ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଘାରିଛି ହାତୀ ସୁରକ୍ଷା ଚିନ୍ତା। ୪ଟି ହାତୀ ମୃତ୍ୟୁ ପରେ ଆରମ୍ଭ ହୋଇଛି ସମୀକ୍ଷା। ହାତୀଙ୍କ ମୃତ୍ୟୁର ବିଭୀଷିକା ପରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ସାମଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ମୁକାବିଲା ପାଇଁ ଆରମ୍ଭ ହୋଇଛି ମାନସ ମନ୍ଥନ। ଆସନ୍ତା ୨୫ ତାରିଖରେ ନନ୍ଦନକାନନ ପରିଦର୍ଶନରେ ଆସୁଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ। ନନ୍ଦନକାନନରେ ପହଞ୍ଚି କୈଫିୟତ ମାଗିବେ।
ଗାଇଡଲାଇନ ପାଳନ କରାଯାଉଛି କି ନାହିଁ ବୁଲି ଦେଖିବା ସହ ତର୍ଜମା କରିବେ। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଆଗମନ ପୂର୍ବରୁ ଚେଇଁ ଉଠିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଶନିବାର ନନ୍ଦନକାନନରେ ସ୍ବାସ୍ଥ୍ୟ କମିଟି ଓ ବୈଷୟିକ କମିଟିର ବୈଠକ କରାଯାଇ ତର୍ଜମା କରାଯାଇଥିଲା।ଏଥିରେ ସ୍ଥାନ ପାଇଥିଲା ବର୍ତ୍ତିଯାଇଥିବା ୨ ବର୍ଷର ଛୋଟ ହାତୀ ମାମାର ସୁରକ୍ଷା ପ୍ରସଙ୍ଗ। ତା’ ରକ୍ତ ନମୂନା ପରୀକ୍ଷାରୁ ସଂକ୍ରମିତ ନଥିବା ଜଣା ପଡ଼ିଛି। ବଡ଼ ହାତୀ ପ୍ରେମା, ବାସନ୍ତୀ ଓ ହୀରାର ସୁରକ୍ଷା ମଧ୍ୟ ଆଲୋଚନା ହୋଇଥିଲା।
from Kanak News https://ift.tt/2M2kQg4 https://ift.tt/2QltiMY

No comments: