ସ୍କୁଲ ପିଲାଙ୍କୁ ବାଇକ ମନା । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡଲାଇନ ଜାରି । ଧରାପଡିଲେ ଗାଡି ମାଲିକ ସହ ଗାଡି ଚଲାଇଥିବା ଛାତ୍ରଙ୍କୁ ହେବ ଜରିମାନା । Kanak News

କନକ ବ୍ୟୁରୋ : ସ୍କୁଲ ପିଲାଙ୍କୁ ବାଇକ ମନା । ସ୍କୁଲ ଛାତ୍ରଛାତ୍ରୀଙ୍କୁ ବାଇକ ଚଢିବା ମନା ।କୌଣସି ବି ପରିସ୍ଥିତିରେ ୧୮ ବର୍ଷରୁ କମ୍ ତଥା ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା‌ ଲାଭ କରୁଥିବା ପିଲାମାନେ ଗାଡ଼ି ଚଲାଇବେ ନାହିଁ । ଯଦି କୌଣସି ଛାତ୍ରଛାତ୍ରୀ ଗାଡ଼ି ଚଲାଇବା ସମୟରେ ଧରାପଡ଼ନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଗାଡ଼ି ମାଲିକଙ୍କ ସମେତ ସମ୍ପୃକ୍ତ ଛାତ୍ରଙ୍କୁ ଜରିମାନା ଭରିବାକୁ ପଡ଼ିବ । ଆଉ ଯଦି ଛାତ୍ର/ଛାତ୍ରୀ ବିଦ୍ୟାଳୟକୁ ବାଇକ୍‌ ଆଣି ଆସୁଥିବେ ତେବେ ସ୍କୁଲ କର୍ତୃପକ୍ଷ ତାଙ୍କୁ ବାରଣ କରିବେ । ଏକାଧିକ ଥର ସଚେତନ କରିବା ପରେ ଯଦି ଛାତ୍ର/ଛାତ୍ରୀ ନ ମାନନ୍ତି ତେବେ ଏନେଇ ନିକଟସ୍ଥ ଆରଟିଓଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ଗୁଡ଼ିକୁ ନିର୍ଦେଶ ଦିଆଯାଇଛି । ସରକାରୀ ସମେତ ଘରୋଇ ବିଦ୍ୟାଳୟଗୁଡ଼ିକ ନିୟମ ପାଳନ କରିବାକୁ କୁହାଯାଇଛି ।

ନୂତନ ମୋଟରଯାନ ଆଇନ ଆସିବା ପରେ ରାଜ୍ୟ ସରକାର କଡ଼ା ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀ ଯେପରି ଦୁର୍ଘଟଣାର ଶିକାର ନ ହୁଅନ୍ତି ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯିବା ସହ ପିଲା ଓ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟିକୁ ପ୍ରାଥମିକତା ଦିଆଯାଇଛି । ଯୁକ୍ତ୨ରେ ପଢ଼ୁଥିବା ବହୁ ପରିମାଣର ଛାତ୍ରଛାତ୍ରୀ ଗାଡ଼ି ଚଲାଉଥିବା ନଜରକୁ ଆସିଛି । କେତେକ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ବି ଗାଡ଼ି ଚଲାଉଥିବା ଜଣାପଡ଼ିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।

୧୮ ବର୍ଷରୁ କମ୍‌ ବୟସ ପିଲାମାନେ ଯେପରି ମୋଟର ସାଇକଲ ଆଣି ବିଦ୍ୟାଳୟକୁ ନ ଆସନ୍ତି ସେନେଇ ସ୍କୁଲ ଅଧ୍ୟକ୍ଷମାନେ ନଜର ରଖିବେ । ପିଲାଙ୍କୁ ସଚେତନ କରିବା ସହ ଅଭିଭାବକ-ଶିକ୍ଷକ ବୈଠକରେ ଏନେଇ ଅଭିଭାବକମାନଙ୍କୁ ଅବଗତ କରାଇବେ । ସ୍କୁଲ ବସ୍‌ ନୀତି ଯେପରି ଠିକ୍‌ ଭାବେ ପାଳନ କରାଯିବ ସେଦିଗରେ ଧ୍ୟାନ ଦେବେ । ୩ ଚକିଆ ଯାନ ତଥା ଅଟୋରେ ଯାଉଥିବା ଛାତ୍ରଛାତ୍ରୀ ବହୁ ସମୟରେ ଦୁର୍ଘଟଣାର ଶିକାର ହୁଅନ୍ତି । ତେଣୁ ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ନିୟମ ଅନୁଯାୟୀ ଯେପରି ଅଧିକ ଛାତ୍ରଛାତ୍ରୀ ଗାଡ଼ିରେ ନ ଯାଆନ୍ତି ତାହାକୁ ସୁନିଶ୍ଚିତ କରିବା ଦିଗରେ ଅଧ୍ୟକ୍ଷମାନେ ଗୁରୁତ୍ବ ଦେବାକୁ ନି‌ର୍ଦେଶ ଦିଆଯାଇଛି । ଆହୁରି କୁହାଯାଇଛି ଯେ ସ୍ବତନ୍ତ୍ର ସ୍କ୍ବାଡ୍‌ ପକ୍ଷରୁ ସ୍କୁଲ ବସ୍‌ଗୁଡ଼ିକ ଉପରେ ଚଢ଼ାଉ କରାଯାଇ ଯାଞ୍ଚ ହେବ । ରାଜ୍ୟର ୧୪୬ଟି ସ୍କୁଲ ବସ୍‌ର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନାହିଁ । ତେଣୁ କମିଟିର ନିଷ୍ପତ୍ତି ଅନୁଯାୟୀ ଉକ୍ତ ବସ୍‌ଗୁଡ଼ିକର ପଞ୍ଜିକରଣ ପ୍ରମାଣପତ୍ର ବାତିଲ୍‌ କରିବାକୁ ଆରଟିଓମାନଙ୍କୁ କୁହାଯାଇଛି । ବସ୍‌ ହେଉ କି ତିନି ଚକିଆ ଯାନ, ସବୁ ଗାଡ଼ିର ଉଭୟ ପାର୍ଶ୍ବରେ କେତେ ଛାତ୍ରଛାତ୍ରୀ ଯାଇପାରିବେ ସେନେଇ ଉଲ୍ଲେଖ ରହିବ । ଯଦି କୌଣସି ସ୍କୁଲ ବସ୍‌ କିମ୍ବା ଅଟୋ ଧାର୍ଯ୍ୟଠାରୁ ଅଧିକ ଛାତ୍ରଛାତ୍ରୀ ନେଉଥିବା ବେଳେ ଧରାପଡ଼ନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।



from Kanak News https://ift.tt/35WImDY https://ift.tt/2SrQk4b
ସ୍କୁଲ ପିଲାଙ୍କୁ ବାଇକ ମନା । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡଲାଇନ ଜାରି । ଧରାପଡିଲେ ଗାଡି ମାଲିକ ସହ ଗାଡି ଚଲାଇଥିବା ଛାତ୍ରଙ୍କୁ ହେବ ଜରିମାନା । Kanak News ସ୍କୁଲ ପିଲାଙ୍କୁ ବାଇକ ମନା । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡଲାଇନ ଜାରି । ଧରାପଡିଲେ ଗାଡି ମାଲିକ ସହ ଗାଡି ଚଲାଇଥିବା ଛାତ୍ରଙ୍କୁ ହେବ ଜରିମାନା । Kanak News Reviewed by SUBHENDU BARAL on December 24, 2019 Rating: 5

No comments:

Powered by Blogger.