ଜାମ୍ମୁକାଶ୍ମୀରରୁ ସୁରକ୍ଷା କମାଇଲେ କେନ୍ଦ୍ର ସରକାର : ହଟିଲେ ୭୨ କଂପାନୀ ଅର୍ଦ୍ଧସାମରିକ ବଳ,ଗୃହମନ୍ତ୍ରାଳୟର ଚିଠି ପରେ ତୁରନ୍ତ ଲାଗୁ ହେଲା ନିର୍ଦ୍ଦେଶାନାମା Kanak News
କନକ ବ୍ୟୁରୋ : ଜାମ୍ମୁକାଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଜାମ୍ମୁକାଶ୍ମୀରରୁ ସୁରକ୍ଷା କମାଇବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହମନ୍ତ୍ରାଳୟ ଜାମ୍ମୁକାଶ୍ମୀରରୁ ୭୨ କମ୍ପାନୀ ଅର୍ଦ୍ଧସାମରିକ ବଳକୁ ଫେରାଇ ଆଣିଛନ୍ତି । ଗୃହମନ୍ତ୍ରାଳୟ ଡିସେମ୍ବର ୨୩ ତାରିଖରେ ଅର୍ଦ୍ଧସାମରିକ ବାହିନୀର ୭୨ କଂପାନୀ ଯବାନଙ୍କୁ ପ୍ରତ୍ୟାହାର କରିବା ନେଇ ଆଦେଶ ଜାରି କରିସାରିଛନ୍ତି । କାଶ୍ମୀର ସ୍ଥିତିରେ ସୁଧାର ଆସୁଛି ।
ତେଣୁ ସିଆରପିଏଫର ୨୪ କଂପାନୀ ଓ ବିଏସଏଫ, ଆଇଟିବିପି, ସିଆଇଏସଏଫ ଓ ସିଏପିଏଫର ୧୨ କଂପାନୀ ଯବାନଙ୍କୁ ଫେରାଇ ନିଆଯିବ । କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶନାମା ତୁରନ୍ତ ଲାଗୁ ହୋଇଛି । ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ପରେ ସମ୍ଭାବ୍ୟ ବିରୋଧ ପ୍ରଦର୍ଶନକୁ ଆଖିରେ ରଖି ବ୍ୟାପକ ଫୋର୍ସ ମୁତୟନ କରିଥିଲେ । ଏଥିସହ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ କଟକଣା ଜାରିକରିଥିଲେ କେନ୍ଦ୍ର ସରକାର ।
ଯାହାକୁ ଧିରେ ଧିରେ କୋହଳ କରାଯାଉଛି । ଏହା ପୂର୍ବରୁ ଡିସେମ୍ବର ୧୮ ତାରିଖରୁ ଶ୍ରୀନଗର ଓ ବନିହାଲ ମଧ୍ୟରେ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଧାରା ୩୭୦ ଓ ୩୫-ଏ ଉଚ୍ଛେଦର ୧୦୪ ଦିନ ପରେ ପୁଣି ଥରେ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି ।
from Kanak News https://ift.tt/2ZoztAB https://ift.tt/2ZnxFYX
No comments: