ବାଦ୍ ପଡିଲାନି ଅପରେସନ ଥିଏଟର, ଅଶ୍ଳୀଳ ଗୀତରେ ଡ୍ୟାନ୍ସ ସହ ଟିକ୍‌ଟକ୍ ଭିଡିଓ କଲେ ଯୁବକ

ଆରା ୧୩।୧୨: ବିହାର ଆରା ଜିଲ୍ଲା ସଦର ହସ୍ପିଟାଲର ଅପରେସନ ଥିଏଟରରେ ରୋଗୀଙ୍କ ଚିକିତ୍ସା ହେଉ ଅବା ନହେଉ ମାତ୍ର ଟିକଟିକ ଭିଡିଓ ପାଇଁ ଭୋଜପୁରୀ ସଙ୍ଗୀତରେ ଡ୍ୟାନ୍ସ କରୁଥିବା ନଜରକୁ ଆସିଛି । ଗୀତ ଏତେ ଅଶ୍ଳୀଳ ଯେ, ଶୁଣୁଥିବା ଲୋକଙ୍କୁ ମଧ୍ୟ ଲାଜ୍ଜ ଲାଗିବ । ଏତିମି ଏକ ଭିଡିଓ ଭାଇରାଲ୍ ହେବା ପରେ ହସ୍ପିଟାଲ ଅଧୀକ୍ଷକଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ଏହା ଜଣାପଡିନାହିଁ ଯେ, ଭିଡିଓ କେବେ ଏବଂ କେଉଁ ଦିନ ପ୍ରସ୍ତୁତ ହୋଇଛି ।

ଭାଇରାଲ୍ ହୋଇଥିବା ଟିକଟିକ ଭିଡିଓରେ କିଛି ଯୁବକ ଭୋଜପୁରୀର ଏକ ଅଶ୍ଳୀଳ ଗୀତରେ ଠୁମକା ଲଗାଉଥିବା ଜେଖିବାକୁ ମିଳିଛି । ତେବେ ଡ୍ୟାନ୍ସ କରୁଥିବା ଯୁବକମାନେ ହସ୍ପିଟାଲର କର୍ମଚାରୀ କିମ୍ବା ବାହାରର ତାହା ଜଣାପଡିନାହିଁ ।

ଯେଉଁ ଅପରେସନ ଥିଏଟରରେ ଭିଡିଓଟି ପ୍ରସ୍ତୁତ କରାଯାଇଛି ତାହା ଇମରଜେନ୍ସି ଓ୍ବାର୍ଡର ଅପରେସନ ଥିଏଟର । ଯେଉଁଠାରେ ରୋଗୀମାନଙ୍କୁ ୨୪ଘଣ୍ଟା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥାଏ । ଏହି ଅପରେସନ ଥିଏଟର ଏବଂ ଓ୍ବାର୍ଡରେ ଡାକ୍ତର, କମ୍ପାଉଣ୍ଡର, ଡ୍ରେସର, ଏଏନଏମ, ଜିଏନଏମ ଏବଂ ଓ୍ବାର୍ଡ ବୟ ୩ଟି ସିଫ୍ଟରେ ଡ୍ୟୁଟି କରିଥାନ୍ତି । ଏହାସହ ଓ୍ବାର୍ଡର ମେନ୍ ଗେଟ୍ ଏବଂ ଡାକ୍ତରଙ୍କ କ୍ୟାବିନ୍ ଆଗରେ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି । ଏହା ସତ୍ତ୍ବେ ଏଭଳି ଘଟଣା ଘଟିଛି । ଭିଡିଓରେ ଡ୍ୟାନ୍ସ କରୁଥିବା ଯୁବକମାନଙ୍କୁ ଦେଖି ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିବା ସ୍ବାଭାବିକ ।

ହସ୍ପିଟାଲ ଅଧୀକ୍ଷକ ଏହି ଭିଡିଓ ଦେଖିବା ପରେ କହିଛନ୍ତି ଯେ, ଦୋଷୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ହସ୍ପିଟାଲର ସିଭିଲ ସର୍ଜନ କହିଛନ୍ତି ଯେ, ସେ ଘଟଣା ସଂପର୍କରେ ଅବଗତ ନାହାନ୍ତି । ସେ ଦୋଷୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବେ । ସ୍ଥାନୀୟ ଲୋକ କହିଛନ୍ତି ଯେ, ସଦର ହସ୍ପିଟାଲରେ ଏଭଳି ଘଟଣା ଘଟିବା ସାଧାରଣ କଥା । ଏଠାରେ ପୂର୍ବରୁ ସାପ, ବିଚ୍ଛା ଭଳି ବିଷାକ୍ତ ସରୀସୃପ ମଧ୍ୟ ବାହାରିଛନ୍ତି । ଏଠାରେ ସୁରକ୍ଷା ବ୍ୟବସ୍ଥା ଠିକ୍ ନାହିଁ ।



from Prameya News7 https://ift.tt/35fOeYI
ବାଦ୍ ପଡିଲାନି ଅପରେସନ ଥିଏଟର, ଅଶ୍ଳୀଳ ଗୀତରେ ଡ୍ୟାନ୍ସ ସହ ଟିକ୍‌ଟକ୍ ଭିଡିଓ କଲେ ଯୁବକ ବାଦ୍ ପଡିଲାନି ଅପରେସନ ଥିଏଟର, ଅଶ୍ଳୀଳ ଗୀତରେ ଡ୍ୟାନ୍ସ ସହ ଟିକ୍‌ଟକ୍ ଭିଡିଓ କଲେ ଯୁବକ Reviewed by SUBHENDU BARAL on December 12, 2019 Rating: 5

No comments:

Powered by Blogger.