ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଧେୟକ : ବିଲ୍‌କୁ ସ୍ବୀକୃତି ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ ୧୩।୧୨: ବହୁ ପ୍ରତିକ୍ଷିତ ଓ ବହୁ ବିବାଦିତ ନାଗରିକତା ସଂଶୋଧନ ବିଧେୟକ ୨୦୧୯ ଆଇନରେ ପରିଣତ ହୋଇଛି। ରାଷ୍ଟ୍ରପତି ଏହି ବିଧେୟକଙ୍କୁ ସ୍ୱୀକୃତି ଦେଇଛନ୍ତି। ଏବେ ଏହା ଆଇନରେ ପରିଣତ ହେବାକୁ ସବୁ ପ୍ରତିବନ୍ଧକ ଦୂର ହୋଇଛି।

ନାଗରିକତା ସଂଶୋଧନ ଆଇନରେ, ଆଫଗାନିସ୍ଥାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ୍ , ବୌଦ୍ଧ, ଜୈନ, ପାର୍ସି, ଖ୍ରୀଷ୍ଟିଆନ୍  ଧର୍ମର ଶରଣାର୍ଥୀଙ୍କ ପାଇଁ ନାଗରିକତାର ନିୟମ ସରଳ ହୋଇଛି। ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିଙ୍କୁ ଭାରତର ନାଗରିକତା ହାସଲ ପାଇଁ ଯେଉଁ ବ୍ୟବସ୍ଥା ରହିଛି ସେହି ବ୍ୟବସ୍ଥା ଅନୁସାରେ ଉକ୍ତ ବ୍ୟକ୍ତି ଅତିକମ୍ ରେ ବିଗତ ୧୧ବର୍ଷ ଧରି ଭାରତରେ ରହିଥିବା ବାଧ୍ୟତାମୂଳକ । ଏହି ନିୟମକୁ ସହଜ କରିବାକୁ ଯାଇ ସରକାର ନାଗରିକତା ହାସଲ ପାଇଁ ଅବଧିକୁ ୬ ବର୍ଷ କରିବାର ପ୍ରସ୍ତାବ ରହିଛି । ଅର୍ଥାତ୍  ଏହି ତିନି ଦେଶର ୬ଟି ଧର୍ମର ଲୋକେ ଯେଉଁମାନେ ଏକ ବର୍ଷରୁ ୬ ବର୍ଷ ଧରି ଭାରତରେ ରହିଆସୁଛନ୍ତି ଏବେ ସେମାନଙ୍କୁ ଭାରତୀୟ ନାଗରିକତା ମିଳିପାରିବ । ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ସଂଶୋଧନ ବିଲକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଗତ କରିଥିଲେ। ଏହି ବିଧେୟକ ଗୃହର ଅନୁମୋଦନ ଲାଭ କଲା ପରେ ତାହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ଏହା ଆଇନରେ ପରିଣତ ହେବା ପରେ ଏବେ ଦେଶରେ ୬୦ ବର୍ଷ ଧରି ସକ୍ରିୟ ଥିବା ନାଗରିକତା ଆଇନ – ୧୯୫୫ ବଦଳି ଯାଇଛି ଏବଂ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିବା ପ୍ରକ୍ରିୟା ସହଜ ହୋଇଯାଇଛି।



from Prameya News7 https://ift.tt/2Ep6BPn
ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଧେୟକ : ବିଲ୍‌କୁ ସ୍ବୀକୃତି ପ୍ରଦାନ କଲେ ରାଷ୍ଟ୍ରପତି ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଧେୟକ : ବିଲ୍‌କୁ ସ୍ବୀକୃତି ପ୍ରଦାନ କଲେ ରାଷ୍ଟ୍ରପତି Reviewed by SUBHENDU BARAL on December 12, 2019 Rating: 5

No comments:

Powered by Blogger.