ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଟ୍ୱିଷ୍ଟ୍ ଦେଖିବାକୁ ମିଳୁଛି। ଗତକାଲି ଅପରାହ୍ଣରେ ଏନ୍ସିପି ରାଜଭବନ ଯାଇ ଦଳୀୟ ବିଧାୟକଙ୍କ ତାଲିକା ଦେଇଥିଲା। ଏହି ତାଲିକାରେ ୫୧ ଜଣ ବିଧାୟକଙ୍କ ନାମ ରହିଛି। ଯେଉଁଥିରେ ଅଜିତ ପାଓ୍ୱାରଙ୍କ ନାମ ମଧ୍ୟ ରହିଥିଲା। ହେଲେ ଏହି ତାଲିକାରେ ଅଜିତ୍ଙ୍କ ଦସ୍ତଖତ ନ ଥିଲା। ଅଜିତ୍ଙ୍କୁ ଭେଟି ଦଳ ସପକ୍ଷରେ ଆସିବାକୁ ବୁଝାଇବେ ବୋଲି ନବନିଯୁକ୍ତ ବିଧାୟକ ଦଳର ନେତା ଜୟନ୍ତ ପାଟିଲ କହିଥିଲେ।
ହେଲେ ସନ୍ଧ୍ୟାରେ ଅଜିତ୍ଙ୍କ ଟ୍ୱିଟ୍ କରି ଘଟଣାକୁ ନୂଆ ମୋଡ଼ ଦେଇଥିଲା। ଅଜିତ୍ ଏବଂ ତାଙ୍କ ଦାଦା ତଥା ଏନ୍ସିପି ସୁପ୍ରିମୋ ଶରଦ ପାୱାରଙ୍କ ମଧ୍ୟରେ ଟ୍ୱିଟ୍ ଯୁଦ୍ଧ ଆରମ୍ଭ ହୋଇଥିଲା। ଅଜିତ ଟ୍ୱିଟ୍ କରି ଏମିତି କିଛି କହିଛନ୍ତି, ଯାହାକି ଏବେ ମହାରାଷ୍ଟ୍ର ରାଜନୀତିକୁ ଆହୁରି ରହସ୍ୟ ଘେରକୁ ନେଇଛି। ଅନ୍ୟପକ୍ଷରେ ଶରଦ ମଧ୍ୟ ଏହାର ସ୍ପଷ୍ଟ ଜବାବ ରଖିଛନ୍ତି। ଅଜିତ ବର୍ତ୍ତମାନ ମଧ୍ୟ ନିଜ ଜିଦ୍ରୁ ଅଟଳ ଥିବାବେଳେ ଶରଦ ମଧ୍ୟ କଂଗ୍ରେସ ଓ ଶିବସେନା ସହ ସମର୍ଥନ ରହିଥିବା କହିଛନ୍ତି। ସେ ଅଜିତଙ୍କ ମନ୍ତବ୍ୟକୁ ଖଣ୍ଡନ କରିବାକୁ ଯାଇ ଏହା ବିଭ୍ରାନ୍ତିକର କହିବାକୁ ମଧ୍ୟ ପଛାଇ ନାହାନ୍ତି।
ଦୁଃଖ ପ୍ରକାଶ କରିବାର ଆବଶ୍ୟକ ନାହିଁ, ସବୁକିଛି ଠିକ୍ ଠାକ ଅଛି। ଧୈର୍ଯ୍ୟ ରଖିବାର ଆବଶ୍ୟକ ରହିଛି ବୋଲି ଅଜିତ ପାଓ୍ୱାର ଟ୍ୱିଟ୍ କରି କହିଛନ୍ତି। ସେହିପରି ଆଉ ଏକ ଟୁଇଟରେ ସେ ଲେଖିଛନ୍ତି, ମୁଁ ଦଳ (ଏନସିପି)ରେ ଅଛି, ସାହେବ (ଶରଦ ପାୱାର୍) ଆମର ନେତା। ବିଜେପି-ଏନସିପି ମେଣ୍ଟ ରାଜ୍ୟରେ ଆଗାମୀ ୫ ବର୍ଷ ପାଇଁ ସ୍ଥିର ସରକାର ଦେବ।
There is absolutely no need to worry, all is well. However a little patience is required. Thank you very much for all your support.
— Ajit Pawar (@AjitPawarSpeaks) November 24, 2019
I am in the NCP and shall always be in the NCP and @PawarSpeaks Saheb is our leader.
Our BJP-NCP alliance shall provide a stable Government in Maharashtra for the next five years which will work sincerely for the welfare of the State and its people.
— Ajit Pawar (@AjitPawarSpeaks) November 24, 2019
ଅନ୍ୟପକ୍ଷରେ ଶରଦ ଏହାର ଜବାବରେ କହିଛନ୍ତି, “ବିଜେପି ସହ ମେଣ୍ଟ କରିବାର କୌଣସି ପ୍ରଶ୍ନ ଉଠୁନି। ଏନ୍ସିପି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇସାରିଛି ଶିବସେନା ଏବଂ କଂଗ୍ରେସ ସହ ମିଶି ସରକାର ଗଠନ କରାଯିବ। ଅଜିତ ପାୱାରଙ୍କ ବିବୃତି ମିଛ ଏବଂ ଦ୍ୱନ୍ଦ୍ୱ ସୃଷ୍ଟିକାରୀ। ଏହା ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ।”
There is no question of forming an alliance with @BJP4Maharashtra.
NCP has unanimously decided to ally with @ShivSena & @INCMaharashtra to form the government. Shri Ajit Pawar’s statement is false and misleading in order to create confusion and false perception among the people.— Sharad Pawar (@PawarSpeaks) November 24, 2019
ଅଜିତ ଟ୍ୱିଟ୍ ଯୋଗେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ, ହର୍ଷବର୍ଦ୍ଧନ, ସ୍ମୃତି ଇରାନୀ, ଅନୁରାଗ ଠାକୁରଙ୍କୁ ଶୁଭେଚ୍ଛା ବାର୍ତ୍ତାରେ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛାରେ ଅଜିତ୍ ଟ୍ୱିଟ୍ କରି ଲେଖିଛନ୍ତି, ଧନ୍ୟବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେ ଏକ ସ୍ଥାୟୀ ସରକାର ଦେବୁ। ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରିବୁ।
ସୂଚନାଥାଉ କି, ଏନ୍ସିପି ଅଜିତ ପାଓ୍ୱାରଙ୍କୁ ବିଧାୟକ ଦଳର ନେତା ପଦବୀରୁ ହଟାଇ ଜୟନ୍ତ ପାଟିଲଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରିଛି।
ମହାରାଷ୍ଟ୍ରରେ ବିଜେପି-ଏନ୍ସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସମର୍ଥନରେ ସରକାର ଗଢ଼ିବା ପରେ ଏବେ ସମସ୍ତଙ୍କ ନଜର ବିଧାନସଭାର ଆସ୍ଥା ଭୋଟ ଉପରେ ରହିଛି। ୩୦ ତାରିଖ ଭିତରେ ଏହି ଆସ୍ଥା ଭୋଟ ହେବାର ସମ୍ଭାବନା ରହିଛି।
from OTV Khabar. https://ift.tt/2QQD1th
No comments: