ଭୁବନେଶ୍ବର ୨୪/୧୧: ଭୁବନେଶ୍ବର ଇସ୍କନ ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମନ୍ଦିର ମଧ୍ୟରେ ଥିବା ଶୌଚାଳୟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଶେରଗଡର ବାବୁ ସାହୁ । ତାଙ୍କ ବୟସ ୪୮ବର୍ଷ ହେବ ।

ଇସ୍କନ ମନ୍ଦିର ବେଢ଼ା ଭିତର ଭୋଜନାଳୟରେ କାମ କରୁଥିଲେ ବାବୁ । ସେ ୧୮ ତାରିଖରୁ ଛୁଟିରେ ଥିଲେ । ଆଜି ମନ୍ଦିର ପରିସରରେ ସର୍ବସାଧାରଣଙ୍କ ପାଇଁ ଥିବା ଶୌଚାଳୟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ଜଣାପଡିନାହିଁ । ନୟାପଲ୍ଲୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ସିସିଟିଭି ଫୁଟେଜ ଅନୁଧ୍ୟାନ ପରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି ।

from Prameya News7 https://ift.tt/2XH5e78
ଭୁବନେଶ୍ବର ଇସ୍କନ ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର
Reviewed by SUBHENDU BARAL
on
November 23, 2019
Rating:
No comments: