କଙ୍ଗୋରେ ବିମାନ ଦୁର୍ଘଟଣାଗ୍ରସ୍ତ ! ୧୭ ଯାତ୍ରୀ ମୃତ Kanak News

କନକ ବ୍ୟୁରୋ : କଙ୍ଗୋର ଗୋମା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିବା ଏକ ବିମାନ ୩୫୦ କିଲୋମିଟର ଦୂରରେ ଦୁର୍ଘଟଣାର ଶିକାର ହୋଇଛି। ଉତ୍ତର କିଭୁ ରାଜ୍ୟର ଗଭର୍ନର ନାଞ୍ଜାଞ୍ଜୁ କସିଭିତା ଗତକାଲି ପୂର୍ବାହ୍ନରେ ବିମାନ ଦୁର୍ଘଟଣା ହୋଇଥିବା ସୂଚନା ଦେଇଛନ୍ତି। ଏଥିରେ ଥିବା ସମସ୍ତ ୧୭ ଯାତ୍ରୀ ପ୍ରାଣ ହରାଇଛନ୍ତି।

କଙ୍ଗୋର ଜାତିସଂଘ ମିସନ ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ଘରୋଇ ସଂସ୍ଥା ‘ବିଜି ବି’ର ବୋଲି ଗଭର୍ନର ସୂଚନା ଦେଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ କଙ୍ଗୋରେ ବାରମ୍ବାର ବିମାନ ଦୁର୍ଘଟଣା ଘଟୁଥିବା ନଜରକୁ ଆସିଛି। ଦୁର୍ବଳ ରକ୍ଷଣାବେକ୍ଷଣ ଯୋଗୁଁ ଏଭଳି ସ୍ଥିତି ଉପୁଜୁଛି।



from Kanak News https://ift.tt/2QLyto4 https://ift.tt/37yHmHA
କଙ୍ଗୋରେ ବିମାନ ଦୁର୍ଘଟଣାଗ୍ରସ୍ତ ! ୧୭ ଯାତ୍ରୀ ମୃତ Kanak News କଙ୍ଗୋରେ ବିମାନ ଦୁର୍ଘଟଣାଗ୍ରସ୍ତ ! ୧୭ ଯାତ୍ରୀ ମୃତ Kanak News Reviewed by SUBHENDU BARAL on November 24, 2019 Rating: 5

No comments:

Powered by Blogger.