ଅନୁଗୁଳରେ ଯୁବକଙ୍କୁ ଗୁଳିମାଡ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି, ପୋଲିସର ଛାନଭିନ ଜାରି

ଅନୁଗୁଳ ୨୫।୧୧: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ଗାଁରେ ଗୁଳିମାଡ ହୋଇଥିବା ଜଣାପଡିଛି । ଗୁଳିମାଡରେ ଧରଣୀଧର ସାହୁ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି । ଧରଣୀଧର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ।

ସୂଚନାଯୋଗ୍ୟ ଯେ,ଛେଣ୍ଡିପଦା ବ୍ଲକ ପାତ୍ରପଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଧରଣୀଧରଙ୍କୁ ଗୁଳିମାଡ ହୋଇଥିବା ଜଣାପଡିଛି । ଧରଣୀଧରଙ୍କର ଗୋଡରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି । ଧରଣୀଧରଙ୍କୁ ସେହି ଗାଁର କୁନା ସାହୁ ନାମକ ଜଣେ ବ୍ୟକ୍ତି ଗୁଳିମାଡ କରିଥିବା ଅଭିଯୋଗ କରାଯାଇଛି ।



from Prameya News7 https://ift.tt/2OfirkK
ଅନୁଗୁଳରେ ଯୁବକଙ୍କୁ ଗୁଳିମାଡ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି, ପୋଲିସର ଛାନଭିନ ଜାରି ଅନୁଗୁଳରେ ଯୁବକଙ୍କୁ ଗୁଳିମାଡ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି, ପୋଲିସର ଛାନଭିନ ଜାରି Reviewed by SUBHENDU BARAL on November 24, 2019 Rating: 5

No comments:

Powered by Blogger.