ମହାରାଷ୍ଟ୍ରରେ ବିଜେପି ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡ୍‌ନାଭିସ୍‌ OTV KHABAR BUREAU

ମୁମ୍ବାଇ: ମହାରାଷ୍ଟ୍ରରେ କିଏ ସରକାର ଗଠନ କରିବ, ଏହାକୁ ନେଇ ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଶେଷରେ ଅନ୍ତ ଘଟିଛି। ବିଜେପି ମହାରାଷ୍ଟ୍ରରେ ସରକାର ଗଠନ କରିଛି। ଦ୍ୱିତୀୟ ଥର ପାଇଁ  ବିଜେପିର ଦେବେନ୍ଦ୍ର ଫଡ୍‌ନାଭିସ୍‌ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ରାତାରାତି ମହାରାଷ୍ଟ୍ର ମହାନାଟକରେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ଗତକାଲି ମହାରାଷ୍ଟ୍ରରେ ବାଲ୍ ଠାକ୍‌ରେଙ୍କ ଉତ୍ତରାଧିକାରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନାଭିସ୍‌ ମହାରାଷ୍ଟ୍ରର ଶପଥ ଗ୍ରହଣ କରିଛନ୍ତି।

ରାଜଭବନରେ ଭଗତ ସିଂ କୋଶୟାରି ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେହିପରି ଏନ୍‌ସିପିର ଅଜିତ୍‌ ପାୱାର୍‌ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।



from OTV Khabar. https://ift.tt/2XDpMh3
ମହାରାଷ୍ଟ୍ରରେ ବିଜେପି ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡ୍‌ନାଭିସ୍‌ OTV KHABAR BUREAU ମହାରାଷ୍ଟ୍ରରେ ବିଜେପି ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡ୍‌ନାଭିସ୍‌ OTV KHABAR BUREAU Reviewed by SUBHENDU BARAL on November 22, 2019 Rating: 5

No comments:

Powered by Blogger.