ସିନେମା ବଜାରରେ ଚର୍ଚ୍ଚା ସାଉଁଟିଛି କମେଡି ଏବଂ ଆକ୍ସନ୍ ଫିଲ୍ମ ‘ମୋଦୀ ଜି କି ବେଟି’ ! ସିନେମାର ଶୀର୍ଷକକୁ ନେଇ କୌତୁହଳ ସିନେପ୍ରେମୀ । Kanak News

ଚର୍ଚ୍ଚାରେ ସିନେମା ‘ମୋଦୀ ଜି କି ବେଟି’ । ଶୀର୍ଷକରେ ମୋଦି ନାମ ରହିଥିବାରୁ ଏହା ଦର୍ଶକଙ୍କ ମନରେ କୌତୁହଳ ସୃଷ୍ଟି କରାଉଛି । ଆକ୍ସନ ଏବଂ କମେଡି ଉପରେ ଆଧାରିତ ବୋଲି ସୂଚନା ମିଳୁଥିଲେ ମଧ୍ୟ ଏହି ସିନେମା ଉପରେ ସବିଶେଷ ତଥ୍ୟ ମିଳିପାରିନାହିଁ । ଏହି ଫିଲ୍ମ ଜରିଆରେ ଆଡ ନିର୍ମାତା ଏଡି ସିଂହ ଫିଲ୍ମ ନିର୍ଦ୍ଦେଶନା ଦୁନିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଗୋଆରେ ଚାଲୁଥିବା ନ୍ୟାସନାଲ ଫିଲ୍ମ ଡେଭଲପମେଣ୍ଟ କରପୋରେଶନ ଅଫ ଇଣ୍ଡିଆର ଫିଲ୍ମ ବଜାରରେ ଏହାର ଶୀର୍ଷକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କ ସହ ଫିଲ୍ମ ନିର୍ଦ୍ଦେଶକ ବାର୍ତ୍ତାଳାପ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ତାଙ୍କ ସହ ସାକ୍ଷାତ କରି ଖୁସୀ ଲାଗୁଛି। ମୋତେ ଫିଲ୍ମ ମୋଦୀ ଜି ବେଟି ବିଷୟରେ ସମସ୍ତଙ୍କୁ କହିବାର ସୌଭାଗ୍ୟ ମିଳିଛି। ତେବେ ଫିଲ୍ମରେ କେଉଁମାନେ ନଜର ଆସିବେ ସେ ବିଷୟରେ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ।
from Kanak News https://ift.tt/2KMRjHE https://ift.tt/2KLMA97
ସିନେମା ବଜାରରେ ଚର୍ଚ୍ଚା ସାଉଁଟିଛି କମେଡି ଏବଂ ଆକ୍ସନ୍ ଫିଲ୍ମ ‘ମୋଦୀ ଜି କି ବେଟି’ ! ସିନେମାର ଶୀର୍ଷକକୁ ନେଇ କୌତୁହଳ ସିନେପ୍ରେମୀ । Kanak News
Reviewed by SUBHENDU BARAL
on
November 22, 2019
Rating:

No comments: