ଅପରେସନ ସଫଳ : ଭଙ୍ଗା ଛାତ ତଳୁ ସମସ୍ତଙ୍କୁ ଜୀବନ୍ତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ଜୟପୁର ୨୩।୧୧: ଦୀର୍ଘ ଘଣ୍ଟାର ଅପରେସନ ପରେ ଭଙ୍ଗା ଘରୁ ଉଦ୍ଧାର ହେଲେ ସମସ୍ତେ । ଜୟପୁର ବାରିଣୀପୁଟରେ  ପରିତ୍ୟକ୍ତ କୋଠା ଭୁଶୁଡ଼ିବା ଘଟଣା । ଭୁଶୁଡ଼ି ପଡ଼ିଥିବା କୋଠାରୁ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ପ୍ରଥମେ ଦୁଇ ମହିଳା ଓ ପରେ ଜଣେ ଶିଶୁକୁ ଉଦ୍ଧାର କରାଯାଇଛି । ସେମାନେ ଆହତ ଥିବାରୁ ସମସ୍ତଙ୍କୁ ଚିକିତ୍ସା ପାଇଁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରଯାଇଛି ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବାରିଣିପୁଟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ବାସଭବନ ଛାତ ଭୁଶୁଡ଼ି ପଡ଼ିବାରୁ ଚାରି ଜଣ ଫସି ରହିଥିବାର ଜଣାପଡିଥିଲା। ଶୁକ୍ରବାର ସନ୍ଧ୍ୟାରେ ନିତୁଖରା, ରଶ୍ମିତା ଖରା, ନିତୁ ବାଘ, ଆସେର ଖରା, ଦର୍ଜାମଣୀ ବାଘ ଏକ ପରିତ୍ୟକ୍ତ ଘର କାନ୍ଥରୁ ଇଟା ବାହାର କରୁଥିଲେ। ଇଟା ବାହାର କରୁଥିବା ସମୟରେ ଭାର ସହି ନ ପାରି ହଠାତ ଛାତଟି ଭୁଶୁଡ଼ି ପଡିଥିଲା। ଘଟଣାସ୍ଥଳରେ ଚାରି ଜଣ ତଳେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ପୋଲିସ, ଓଡ୍ରାଫ ଟିମ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି।



from Prameya News7 https://ift.tt/2KJg1bF
ଅପରେସନ ସଫଳ : ଭଙ୍ଗା ଛାତ ତଳୁ ସମସ୍ତଙ୍କୁ ଜୀବନ୍ତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଅପରେସନ ସଫଳ : ଭଙ୍ଗା ଛାତ ତଳୁ ସମସ୍ତଙ୍କୁ ଜୀବନ୍ତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ Reviewed by SUBHENDU BARAL on November 22, 2019 Rating: 5

No comments:

Powered by Blogger.