ହାଇଦ୍ରାବାଦ: ଫ୍ଲାଏଓଭର୍ରେ ଫ୍ଲାଇଂ କାର୍, ଶୁଣିକି ଅଜବ ଲାଗୁଥିଲେ ବି ସତ। ଫ୍ଲାଏଓଭର୍ରୁ ସିଧା ଫ୍ଲାଇଂ କଲା ଭଳି ରାସ୍ତାରେ ଆସି ପଡ଼ିଲା କାର୍। ଏଭଳି ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମୁଣ୍ଡରେ ହଠାତ୍ କିଛି ପଶି ନ ଥିଲା। ହାଇଦ୍ରାବାଦରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମହିଳା ଜଣକ ତାଙ୍କ ଝିଅଙ୍କ ସହ ଅଟୋକୁ ଅପେକ୍ଷା କରିଥିଲେ। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି।
ଦୁର୍ଘଟଣାଟି ହାଇଦ୍ରାବାଦର ଗଚିବୋୱଲି ଅଞ୍ଚଳରେ ଘଟିଛି। ବାଇଓଡାଭର୍ସିଟି ଫ୍ଲାଏ ଓଭର୍ରେ ଯାଉଥିବା ଏହି କାର୍ଟି ଭାରସାମ୍ୟ ହରାଇ ଫ୍ଲାଏଓଭର୍ରୁ ଛିଟ୍କି ହୋଇ ବହୁ ଉଚ୍ଚରୁ ତଳେ ପଡ଼ିଥିଲା। ଏହି ସମୟରେ କିଛି ଲୋକ ଚାଲିକି ଯାଉଥିବା ବେଳେ ଆଉ କିଛି ଲୋକ ଠିଆ ହୋଇଥିଲେ। ଯାହାକୁ ଦେଖି ଲୋକମାନେ ଭୟଭୀତ ହୋଇଯାଇଥିଲେ। ଦୁର୍ଘଟଣାଟି ଏତେ ଭୟାନକ ଥିଲା ଯେ ରାସ୍ତାରେ ପାର୍କିଂ ହୋଇଥିବା କାର୍ ଗୁଡ଼ିକ ମଧ୍ୟରୁ ୨ ଟି ଗାଡ଼ି କ୍ଷତିଗ୍ରସ୍ତ ହେବାସହ ଏକ ଗଛ ମଧ୍ୟ ଉପୁଡ଼ି ପଡ଼ି ଦୁର୍ଘଟଣାଗ୍ରସ୍ତ କାର୍ ଉପରେ ପଡ଼ିଥିଲା।
ଦୁର୍ଘଟଣାଗ୍ରସ୍ତ କାର୍ରେ ୩ ଜଣ ଥିଲେ ବୋଲି ଜଣାପଡ଼ିଛି। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଠିକ୍ ସମୟରେ କାର୍ର ଏୟାର୍ ବ୍ୟାଗ୍ ଖୋଲି ଯିବା ଯୋଗୁ ଡ୍ରାଇଭରଙ୍କ ଜୀବନ ବଞ୍ଚି ଯାଇଥିବା କୁହଯାଉଛି।
କାର୍ଟି ଦ୍ରୁତ ଗତିରେ ଥିଲା ବୋଲି ପୁଲିସ୍ ପକ୍ଷରୁ କୁହଯାଇଛି।
from OTV Khabar. https://ift.tt/2sciNju
Reviewed by SUBHENDU BARAL
on
November 23, 2019
Rating:
No comments: