ବାସୁଦେବ କୁଟୁମ୍ବକମ ସୋଆ ତରଫରୁ ୩୨ ବିଦେଶୀ ମା’ ମାନଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ ୨୪/୧୧: ସୋଆ ତରଫରୁ ହେଉଥିବା ବାସୁଦେବ କୁଟୁମ୍ବକମ  କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ୭ଟି ଦେଶରୁ ୩୨ଜଣ ବିଦେଶୀ ମା’ ମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବା ସହ ମନ୍ଦିର କାରୁକାର୍ଯ୍ୟକୁ ଭରପୂର ଉପଭୋଗ କରିଥିଲେ l

ସାରା ଦେଶ ଗୋଟିଏ ପରିବାର ସନ୍ଦେଶ ନେଇ ମାଧୁରୀ ସହସ୍ର ସହସ୍ର ବୃଧେ ତରଫରୁ ଗୋଟିଏ ହୁଣ୍ଡାଇ କାର ଦ୍ବାରା ୪ଜଣ ଭାରତୀୟ ମା ୨୨ଟି ଦେଶ ବୁଲିଥିଲେ l

କିନ୍ତୁ ଭାରତୀୟ ମା ମାନେ  ଦେଖିବାକୁ ପାଇଲେ ଯେ ଏଇ ଦେଶ ମାନଙ୍କ ରେ ପରିବାର କହିଲେ କିଛି ନାହିଁ l ତେଣୁ ସେମାନେ ଏଥିରୁ ୭ଟି ଦେଶ ତଥା ନେପାଳ, ଜର୍ମାନୀ, ଜର୍ଜିଆ, ଇରାନ, ଉଜବେକିସ୍ତାନଓ କାଜଖିସ୍ତାନ ଭଳି ଦେଶରୁ ବତିଶ ଟି ମା ମାନଙ୍କୁ ଓଡିଶା ଭୁବନେଶ୍ବରର ପ୍ରତ୍ୟକ ପରିବାରରେ ୨ ଜଣଙ୍କୁ  ରଖାଯାଇଥିଲା l

ବିଦେଶୀ  ମା ମାନେ ଏହି ସବୁ ପରିବାରେ ରହି ସ୍ନେହ ଶ୍ରଦ୍ଧାରେ  ବାନ୍ଧି ହୋଇଯିବା ସହ  ପରିବାର  ରହିବା ଦ୍ବାରା କି ସୁଖ ଶାନ୍ତି ମିଳିଥାଏ ତାହା ଅନୁଭବ କରିଥିଲେ ବୋଲି ବିଦେଶୀ ମା ମାନେ ପ୍ରକାଶ କରିଥିଲେ l

 ଏପଟେ ସୋଆ ତରଫରୁ ୩୨ଜଣ ବିଦେଶୀ ମା ମାନେ  କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରଦର୍ଶନ କରିଥିଲେ  l  ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଉପଭୋଗ କରିବା ସହ ଓଡ଼ିଶାର ହସ୍ତଶିଳ୍ପୀଙ୍କ   ଜିନିଷ  କିଣିବାର ଦେଖିବାକୁ ମିଳିଥିଲା l



from Prameya News7 https://ift.tt/33aAexv
ବାସୁଦେବ କୁଟୁମ୍ବକମ ସୋଆ ତରଫରୁ ୩୨ ବିଦେଶୀ ମା’ ମାନଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ବାସୁଦେବ କୁଟୁମ୍ବକମ ସୋଆ ତରଫରୁ ୩୨ ବିଦେଶୀ ମା’ ମାନଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ Reviewed by SUBHENDU BARAL on November 23, 2019 Rating: 5

No comments:

Powered by Blogger.