ରାଜଧାନୀରେ ଚାଞ୍ଚଲ୍ୟ: ଇସ୍କନ ମନ୍ଦିରର ଗାଧୁଆ ଘରୁ ମିଳିଲା ମୃତ ଦେହ, କେମିତି ହେଲା ମୃତ୍ୟୁ ? ପୋଲିସର ତନାଘନା Kanak News

କନକ ବ୍ୟୁରୋ: ରାଜଧାନୀରେ ଚାଞ୍ଚଲ୍ୟ । ଇସ୍କନ ମନ୍ଦିରର ଗାଧୁଆ ଘରୁ ମିଳିଲା ମୃତଦେହ । ମୃତକ ଇସ୍କନ ମନ୍ଦିରର ହୋଟେଲରେ ୱେଟର ଭାବେ ଦୀର୍ଘ ୨୦ ବର୍ଷ ଧରି କାମ କରୁଥିଲେ ବୋଲି ସୂଚନା ହସ୍ତଗତ ହୋଇଛି । ତେବେ ତାଙ୍କ ନାମ ବାବୁ ସାହୁ ବୋଲି ଜଣାପଡ଼ିଛି । ତେବେ ମୃତ ବାବୁ ସାହୁଙ୍କ ଘର ଗଂଜାମ ଜିଲ୍ଲାର ସେରଗଡ ଅଂଚଳରେ ବୋଲି ଜଣାପଡ଼ିଛି ।

ଅନ୍ୟପଟେ କାହିଁକି ଏବଂ କିପରି ବାବୁ ସାହୁଙ୍କ ମୃତ୍ୟୁ ହେଲା ତାହା ସନ୍ଦେହ ସୃଷ୍ଟି କରୁଛି । ରାଜଧାନୀରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢ଼ୁଥିବାବେଳେ ଏବେ ଧାର୍ମିକ ସ୍ଥଳ ବା ଇସ୍କନ ମନ୍ଦିରର ଗାଧୁଆ ଘରୁ ମୃତ ଦେହ ମିଳୁଛି । ତେବେ ପ୍ରଶ୍ନ ଉଠୁଛି ଏବେ ମୃତ ବାବୁ ସାହୁଙ୍କ ମୃତ୍ୟୁ କେମିତି ହେଲା? ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଁଚି ତନାଘନା ଆରମ୍ଭ କରିିଛି ।



from Kanak News https://ift.tt/33gijpj https://ift.tt/2QL0GLH
ରାଜଧାନୀରେ ଚାଞ୍ଚଲ୍ୟ: ଇସ୍କନ ମନ୍ଦିରର ଗାଧୁଆ ଘରୁ ମିଳିଲା ମୃତ ଦେହ, କେମିତି ହେଲା ମୃତ୍ୟୁ ? ପୋଲିସର ତନାଘନା Kanak News ରାଜଧାନୀରେ ଚାଞ୍ଚଲ୍ୟ: ଇସ୍କନ ମନ୍ଦିରର ଗାଧୁଆ ଘରୁ ମିଳିଲା ମୃତ ଦେହ, କେମିତି ହେଲା ମୃତ୍ୟୁ ? ପୋଲିସର ତନାଘନା Kanak News Reviewed by SUBHENDU BARAL on November 23, 2019 Rating: 5

No comments:

Powered by Blogger.