ରାୟଗଡ଼ା ଜିଲ୍ଲାରେ ପୁଣି ବଢ଼ିବାରେ ଲାଗିଛି ମାଓବାଦୀଙ୍କ ଗତିବିଧି : ସାଦା ପୋଷାକରେ ବୁଲୁଛନ୍ତି, ରାତି ଅଧରେ ଗାଁରେ ପଶି ଖାଇବାକୁ ମାଗୁଛନ୍ତି Kanak News

କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲାରେ ପୁଣି ବଢ଼ିବାରେ ଲାଗିଛି ମାଓବାଦୀଙ୍କ ଗତିବିଧି । ରାୟଗଡ଼ା ବ୍ଲକ୍‌ର ଶେଷଖାଲ ଥାନା, କୋଲନରା ବ୍ଲକ୍‌ର ମୁକୁନ୍ଦପୁର ଫାଣ୍ଡି ଇଲାକାରେ ସାଦା ପୋଷାକରେ ବୁଲୁଛନ୍ତି । ଦିନ ତମାମ ଘଞ୍ଚ ଜଙ୍ଗଲରେ ରହିବା ପରେ ରାତି ଅଧରେ ଗାଁକୁ ଯାଇ ବୈଠକ କରି ଖାଇବାକୁ ମାଗୁଛନ୍ତି । ଏଥିସହ ସଭ୍ୟ ସଂଗ୍ରହ ଅଭିଯାନକୁ ଗୁରୁତ୍ବ ଦେଇ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ ପାଇଁ ଗ୍ରାମବାସୀଙ୍କ ସହଯୋଗ ଲୋଡ଼ୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।

ଶେଷଖାଲ ଥାନାର ପିପିଳଗୁଡା-ସାନ୍ଧୁବାଡ଼ିରୁ ମୀରାବାଲି ଦେଇ ମୁକୁନ୍ଦପୁରକୁ ଯାତାୟାତ କରୁଛନ୍ତି ମାଓବାଦୀ । ଏହି ରାସ୍ତା ଆନ୍ଧ୍ର ସୀମାକୁ ଲାଗିଥିବା ସହ ପାହାଡ଼ିଆ ଅଞ୍ଚଳରେ ଥିବାରୁ ମାଓବାଦୀଙ୍କ ଗତିବିଧିକୁ ଠାବ କରିବା ପୁଲିସ ପାଇଁ ସହଜ ହୋଇପାରୁନି । ଗତକାଲି ରାତିରେ ୭ରୁ ୮ଜଣ ମାଓବାଦୀ ସାଦା ପୋଷାକରେ ବନ୍ଧୁକ ଧରି ଯାଉଥିବା ଗ୍ରାମବାସୀ ଦେଖିବା ପରେ ଭୟଭୀତ ହୋଇ ଯାଇଥିଲେ। ପୁଲିସ ନା ମାଓବାଦୀ ତାକୁ ନେଇ ଗ୍ରାମବାସୀ ଦ୍ବନ୍ଦ୍ବରେ ପଡ଼ିବା ପରେ ତାଟି କବାଟ ପକାଇ ଘରେ ରହିଥିଲେ । ସପ୍ତାହେ ହେଲା ନିୟମିତ ଭାବେ ମାଓବାଦୀ ଏହି ରାସ୍ତା ଦେଇ କୋଲନରା-ରାମନାଗୁଡ଼ା ଅଞ୍ଚଳ ସହ ଆନ୍ଧ୍ରକୁ ଯାଉଛନ୍ତି ।

ବିଗତ ଦିନରେ କୋଲନରା ବ୍ଲକ୍‌ର ୱାରଧା, ପାଣ୍ଡରାତୋଳା, କିନାରୀମେଡ଼ା, ବଇମାଡ଼ା ଅଞ୍ଚଳ ମାଓବାଦୀଙ୍କ ଗଡ଼ ଥିବାରୁ ପୁଣି ଏହି ଇଲାକାରେ ନିଜ ସଂଗଠନକୁ ସୁଦୃଢ଼ କରିବାକୁ ମାଓବାଦୀ ଚେଷ୍ଟା ଜାରି ରଖିଛନ୍ତି। କିଛି ଗ୍ରାମକୁ ମାଓବାଦୀ ରାତି ସାଢ଼େ ଗୋଟାଏରେ ଯାଇ ଗ୍ରାମବାସୀଙ୍କୁ ଉଠାଇ ଖାଇବାକୁ ମାଗିଥିବା ମଧ୍ୟ ଜଣା ପଡ଼ିଛି। ପୂର୍ବରୁ ମାଓବାଦୀଙ୍କ ସ୍ଥିତି ସଂପର୍କରେ ଗ୍ରାମବାସୀ ଜାଣିଥିବାରୁ ନିରୁପାୟ ହୋଇ କିଛି ଖାଇବାକୁ ଦେଇଥିବା ବେଳେ ଆଉ କିଛି ଗ୍ରାମବାସୀ ଖାଦ୍ୟ ନାହିଁ ବୋଲି ମନା କରିଥିଲେ । ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନ୍ ସହ ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେସାଲ୍ ଜୋନାଲ୍ କମିଟିର ଟପ୍ କ୍ୟାଡର ମାଓବାଦୀ ଏହି ସବୁ ଇଲାକାରେ ଡେରା ପକାଇଛନ୍ତି ।



from Kanak News https://ift.tt/2OAxaW9 https://ift.tt/348lZKY

ରାୟଗଡ଼ା ଜିଲ୍ଲାରେ ପୁଣି ବଢ଼ିବାରେ ଲାଗିଛି ମାଓବାଦୀଙ୍କ ଗତିବିଧି : ସାଦା ପୋଷାକରେ ବୁଲୁଛନ୍ତି, ରାତି ଅଧରେ ଗାଁରେ ପଶି ଖାଇବାକୁ ମାଗୁଛନ୍ତି Kanak News ରାୟଗଡ଼ା ଜିଲ୍ଲାରେ ପୁଣି ବଢ଼ିବାରେ ଲାଗିଛି ମାଓବାଦୀଙ୍କ ଗତିବିଧି : ସାଦା ପୋଷାକରେ ବୁଲୁଛନ୍ତି, ରାତି ଅଧରେ ଗାଁରେ ପଶି ଖାଇବାକୁ ମାଗୁଛନ୍ତି Kanak News Reviewed by SUBHENDU BARAL on November 21, 2019 Rating: 5

No comments:

Powered by Blogger.