ପାର୍ବଣ ସମୟରେ ଦାଦାବଟି ଓ ଚାନ୍ଦା ଆଦାୟ ଉପରେ ଲାଗିଲା ଅଙ୍କୁଶ : ଆଜି ଜାରି ହେବ କମିଶନରେଟ ପୋଲିସର ହେଲପଲାଇନ ନମ୍ବର; ଏଯାଏ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ସମେତ ୧୩ ଗିରଫ Kanak News

କନକ ବ୍ୟୁରୋ : ପାର୍ବଣ ସମୟରେ ଦାଦାବଟି ଓ ଚାନ୍ଦା ଆଦାୟ ଉପରେ ଅଙ୍କୁଷ ଲଗାଇବା ପାଇଁ ଅଂଟା ଭିଡିଛି କମିଶନରେଟ ପୋଲିସ । ବିଶେଷ କରି ଦୁର୍ଗାପୂଜା ସମୟରେ ବଡ ବଡ ବ୍ୟବସାୟୀଙ୍କ ଠାରୁ ଚାନ୍ଦା ଆଦାୟ କରିବାର ନଜିର ରହିଛି । ଏହା ଉପରେ ରୋକ ଲଗାଇବା ପାଇଁ ପୋଲିସ ଅଭିଯାନ ଆରମ୍ଭ କରିଛି ।

ଦାଦାବଟି ଆଦାୟ କରିବା ଅଭିଯୋଗରେ ପୋଲିସ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ସମେତ ୧୩ଜଣଙ୍କୁ ଗିରଫ କରିସାରିଥିବା ବେଳେ ଯେଉଁମାନେ ଏପରି କାର୍ଯ୍ୟରେ ଲିପ୍ତ ରହିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ । ଅନ୍ୟପକ୍ଷରେ ଆଜି କମିଶନରେଟ ପୋଲିସ ପକ୍ଷରୁ ଏକ ହେଲପଲାଇନ ନମ୍ବର ଜାରି କରାଯିବାର ଅଛି ।

ଏହି ନମ୍ବରରେ ଜନସାଧାରଣ ସେମାନଙ୍କ ଅଭିଯୋଗ କହିପାରିବେ । ବଡ କଥା ହେଲା ସୂଚନା ଦେଉଥିବା ଲୋକଙ୍କ ନାଁ ଗୋପନ ରଖିବ ପୋଲିସ ଏବଂ ସେମାନଙ୍କୁ ପରବର୍ତି ସମୟରେ ପୁରସ୍କୃତ କରାଯିବ ବୋଲି କମିଶନରଟେ ପୋଲିସ କହିସାରିଛି । ଅନ୍ୟ ପକ୍ଷରେ ପାର୍ବଣ ସମୟରେ ପୋଲିସର ଏହି ଅଭିଯାନକୁ ପୂଜା କମିଟି ପକ୍ଷରୁ ସ୍ୱାଗତ କରାଯାଇଛି ।



from Kanak News https://ift.tt/3jdpWF8 https://ift.tt/3ofAreT
ପାର୍ବଣ ସମୟରେ ଦାଦାବଟି ଓ ଚାନ୍ଦା ଆଦାୟ ଉପରେ ଲାଗିଲା ଅଙ୍କୁଶ : ଆଜି ଜାରି ହେବ କମିଶନରେଟ ପୋଲିସର ହେଲପଲାଇନ ନମ୍ବର; ଏଯାଏ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ସମେତ ୧୩ ଗିରଫ Kanak News ପାର୍ବଣ ସମୟରେ ଦାଦାବଟି ଓ ଚାନ୍ଦା ଆଦାୟ ଉପରେ ଲାଗିଲା ଅଙ୍କୁଶ : ଆଜି ଜାରି ହେବ କମିଶନରେଟ ପୋଲିସର ହେଲପଲାଇନ ନମ୍ବର; ଏଯାଏ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ସମେତ ୧୩ ଗିରଫ Kanak News Reviewed by SUBHENDU BARAL on October 19, 2020 Rating: 5

No comments:

Powered by Blogger.