Paytm ୟୁଜର୍ସଙ୍କ ପାଇଁ ବଡ଼ ଖବର ! ଆପଣଙ୍କର ଏହି ଛୋଟ ଭୁଲ୍‌ ପାଇଁ ଖାଲି ହୋଇପାରେ ବ୍ୟାଙ୍କ୍‌ ଖାତା OTV KHABAR BUREAU

ନୂଆଦିଲ୍ଲୀ: ଆଜିକାଲି ଲୋକଙ୍କୁ ବିଭିନ୍ନ ଅଫର୍‌, କ୍ୟାସ୍‌ବ୍ୟାକ୍‌ ଇତ୍ୟାଦିର ଲୋଭ ଦେଖାଇ ଲୋକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସହ ଜଡ଼ିତ ସମସ୍ତ ତଥ୍ୟ ଚୋରି କରୁଛନ୍ତି କିଛି ଠକ। ଠକାମିର ଶିକାର ହେଉଥିବା ଲୋକେ ଏସବୁ ଜାଣିବା ଆଗରୁ କିଛି ପଦକ୍ଷେପ ନେବାପାଇଁ ସେମାନଙ୍କ ପାଖରେ ଆଉ କୌଣସି ବାଟ ନ ଥାଏ।

ଯଦି ଆପଣ Paytmର ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ। କାହିଁକି ନା ଆଜିକାଲି Paytmକୁ ନେଇ ଅନେକ ଫ୍ରଡ୍‌ ବା ଫେକ୍‌ ଖବର ସାମ୍ନାକୁ ଆସୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ Paytm ଏକ ଆଡ୍‌ଭାଇଜରି ଜାରି କରିଛି। ଏଥିରେ ୟୁଜର୍ସମାନଙ୍କୁ ଅପିଲ୍‌ କରାଯାଇଛି, Paytmର KYC ସହ ଜଡ଼ିତ ସମସ୍ତ କଲ୍‌ ଓ SMS ପ୍ରତି ସାବଧାନ ରହିବା ପାଇଁ।

ଯଦି ଆପଣଙ୍କ ପାଖକୁ କୌଣସି ଫୋନ୍‌ କଲ୍‌ କିମ୍ବା SMS ଆସୁଛି ଏବଂ ଏଥିରେ ଥିବା ଲିଙ୍କ୍‌କୁ ଡାଉନ୍‌ଲୋଡ୍‌ ପାଇଁ କୁହଯାଉଛି, ତେବେ ଏହା ଉପରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ। ଏହା ପୂରାପୂରି ଫ୍ରଡ୍‌ ମେସେଜ୍‌, ଯାହା ଆପଣଙ୍କର ସମ୍ପୂର୍ଣ୍ଣ ତଥ୍ୟକୁ ହାତେଇ ଆପଣଙ୍କ ସହ ଫ୍ରଡ୍‌ କରିଥାଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ବ୍ୟାଙ୍କ୍‌ ଆକାଉଣ୍ଟ୍‌ର ସମ୍ପୂର୍ଣ୍ଣ ତଥ୍ୟକୁ ହାତେଇବା ପାଇଁ ଏହି ଠକମାନେ ଆପଣଙ୍କର ଫୋନ୍‌କୁ ରିମୋଟ୍‌ କଣ୍ଟ୍ରୋଲ୍‌ରେ ନିଜ ଅଧିନକୁ ନେଇଯାଆନ୍ତି। ଫଳରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ୍ ସହ ଜଡ଼ିତ ସମସ୍ତ ତଥ୍ୟ ଓ ଟଙ୍କା ଆପଣଙ୍କ ଖାତାରୁ ଗାଏବ୍‌ ହୋଇଯାଏ।

ଏମିତି ହୋଇପାରେ ଆପଣଙ୍କ ବ୍ୟାଙ୍କ ଖାତା ଖାଲି: ଏହି ଠକମାନେ Paytm ୟୁଜର୍ସଙ୍କୁ କଲ୍ କରି କହିଥାନ୍ତି କି ଆପଣଙ୍କ KYCର ଅବଧି ସମାପ୍ତ ହୋଇଯାଇଛି। ତେଣୁ ଆମେ Paytmରୁ ଆପଣଙ୍କ KYC ଏକ୍ଟିଭେଟ୍‌ କରିବା ପାଇଁ କଲ୍‌ କରିଛୁ। ଏହାପରେ ସେମାନେ କିଛି ଆପ୍‌ ଆପଣଙ୍କ ଦ୍ୱାରା ଆପଣଙ୍କ ମୋବାଇଲ୍‌ରେ ଇନ୍‌ଷ୍ଟଲ୍‌ କରାଇଥାନ୍ତି। ଏହିସବୁ ଆପ୍‌ ଆପଣଙ୍କ ମୋବାଇଲ୍‌ରେ ଇନ୍‌ଷ୍ଟଲ୍‌ କରିବା ପାଇଁ ଠକମାନେ ଆପଣଙ୍କୁ ଅନୁମତି ମାଗିଥାନ୍ତି। ଯଦି ଆପଣ ସେମାନଙ୍କୁ ଅନୁମତି ଦେଉଛନ୍ତି ତେବେ ଏହି ଆପ୍‌ ମାଧ୍ୟମରେ ସେମାନେ ଆପଣଙ୍କ ଫୋନ୍‌କୁ ରିମୋଟ୍‌ କଣ୍ଟ୍ରୋଲ୍‌ ମାଧ୍ୟମରେ ନିଜ ଅଧିନକୁ ନେଇ ଯାଆନ୍ତି। ଯାହାକି ଆପଣଙ୍କ ଅଜାଣତରେ ଏସବୁ ହୋଇଥାଏ। ଏହାପରେ ଆପଣଙ୍କ ବ୍ୟାଙ୍କ ଖାତା ସହ ଜଡ଼ିତ ସମସ୍ତ ତଥ୍ୟ ସେମାନଙ୍କ ନିକଟକୁ ଚାଲି ଯାଇଥାଏ।

କେମିତି ଏହି ଠକମାନଙ୍କ ନିକଟରୁ ନିଜକୁ ଦୂରେଇ ରଖିବେ: ଯଦି କେହି ଆପଣଙ୍କୁ ଫୋନ୍‌ କରି କହୁଛନ୍ତି କି ଆପଣଙ୍କର Paytm KYC ର ଅବଧି ସମାପ୍ତ ହୋଇଯାଇଛି ଏବଂ ସେମାନେ KYC ଫୋନ୍‌ କିମ୍ବା SMS ମାଧ୍ୟମରେ କରିଦେବେ, ତେବେ ଆପଣ ଭୁଲ୍‌ରେ ବି ଏସବୁ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଏପରିକି ସେମାନେ ଆପଣଙ୍କୁ କ୍ୟାସ୍‌ବ୍ୟାକ୍‌ର ମଧ୍ୟ ଲୋଭ ଦେଖାଇବେ, ହେଲେ ଏସବୁକୁ ବିଶ୍ୱାସ ନ କରି ଲିଙ୍କ ଥିବା SMSକୁ ଫୋନ୍‌ରୁ ତୁରନ୍ତ ଡିଲିଟ୍‌ କରି ଦିଅନ୍ତୁ।



from OTV Khabar. https://ift.tt/35pyimk
Paytm ୟୁଜର୍ସଙ୍କ ପାଇଁ ବଡ଼ ଖବର ! ଆପଣଙ୍କର ଏହି ଛୋଟ ଭୁଲ୍‌ ପାଇଁ ଖାଲି ହୋଇପାରେ ବ୍ୟାଙ୍କ୍‌ ଖାତା OTV KHABAR BUREAU Paytm ୟୁଜର୍ସଙ୍କ ପାଇଁ ବଡ଼ ଖବର ! ଆପଣଙ୍କର ଏହି ଛୋଟ ଭୁଲ୍‌ ପାଇଁ ଖାଲି ହୋଇପାରେ ବ୍ୟାଙ୍କ୍‌ ଖାତା OTV KHABAR BUREAU Reviewed by SUBHENDU BARAL on November 21, 2019 Rating: 5

No comments:

Powered by Blogger.