ସୋନିଆଙ୍କ ସହ ଭେଟ ବିଫଳ । ଓଡିଶାରେ ଦଳର ନେତୃତ୍ୱ ପରିବର୍ତ୍ତନ ଦାବିରେ ୪ ଦିନ ଧରି ଦିଲ୍ଲୀରେ ଡେରାପକାଇଥିବା କଂଗ୍ରେସ କର୍ମୀ ସୋନିଆଙ୍କୁ ଭେଟିପାରିଲେନି Kanak News

କନକ ବ୍ୟୁରୋ: ଦିଲ୍ଲୀରେ ଗତ ୪ ଦିନ ଧରି ଡେରା ପକାଇଥିବା ଓଡ଼ିଶାର କିଛି କଂଗ୍ରେସ କର୍ମୀମାନେ ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାରେ ବିଫଳ ହୋଇଛନ୍ତି। ଓଡ଼ିଶାରେ କଂଗ୍ରେସକୁ ସଜାଡ଼ିବା ଓ ନେତୃତ୍ବ ପରିବର୍ତ୍ତନ ଦାବି ସଂକ୍ରାନ୍ତରେ ସୋନିଆଙ୍କୁ ଅବଗତ କରାଇବା ପାଇଁ ଆଜି ସଂସଦ ଭବନରେ ପହଞ୍ଚିଥିବା କଂଗ୍ରେସ କର୍ମୀମାନେ ସୋନିଆଙ୍କୁ ଭେଟି ନପାରି ନିରାଶ ହୋଇଛନ୍ତି।

ସୂଚନା ଅନୁସାରେ, ଓଡ଼ିଶାର ୧୧ ଜଣ କଂଗ୍ରେସ କର୍ମୀଙ୍କୁ ଜଣେ ବରିଷ୍ଠ ନେତା ସୋନିଆଙ୍କ ସହ ସଂସଦ ଭବନ କାର୍ଯ୍ୟାଳୟରେ ସାକ୍ଷାତ କରାଇ ଦେବାକୁ ବ୍ୟବସ୍ଥା କରିବା ପରେ କର୍ମୀମାନେ ସଂସଦ ଭବନ ପରିସରରେ ପହଞ୍ଚିଥିଲେ। ହେଲେ ସଂସଦ ଭବନ ଲବିରେ ଦୁଇ ଘଣ୍ଟା ଅପେକ୍ଷା ପରେ କଂଗ୍ରେସ ଅଧ୍ୟକ୍ଷା କାର୍ଯ୍ୟାଳୟକୁ ଆସିବେ ନାହିଁ ବୋଲି ଅବଗତ ହୋଇଥିଲେ।



from Kanak News https://ift.tt/2DbrOvw https://ift.tt/35wgvKt
ସୋନିଆଙ୍କ ସହ ଭେଟ ବିଫଳ । ଓଡିଶାରେ ଦଳର ନେତୃତ୍ୱ ପରିବର୍ତ୍ତନ ଦାବିରେ ୪ ଦିନ ଧରି ଦିଲ୍ଲୀରେ ଡେରାପକାଇଥିବା କଂଗ୍ରେସ କର୍ମୀ ସୋନିଆଙ୍କୁ ଭେଟିପାରିଲେନି Kanak News ସୋନିଆଙ୍କ ସହ ଭେଟ ବିଫଳ । ଓଡିଶାରେ ଦଳର ନେତୃତ୍ୱ ପରିବର୍ତ୍ତନ ଦାବିରେ ୪ ଦିନ ଧରି ଦିଲ୍ଲୀରେ ଡେରାପକାଇଥିବା କଂଗ୍ରେସ କର୍ମୀ ସୋନିଆଙ୍କୁ ଭେଟିପାରିଲେନି Kanak News Reviewed by SUBHENDU BARAL on November 22, 2019 Rating: 5

No comments:

Powered by Blogger.