ମହାରାଷ୍ଟ୍ର ରାଜନୀତିରେ ବଡ଼ ଟ୍ବିଷ୍ଟ : ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନଭୀସ୍ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାରଙ୍କ ଶପଥ

ମୁମ୍ବାଇ ୨୩।୧୧: ରାଜନୀତିରେ ବଡ଼ ଟ୍ବିଷ୍ଟ । ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଏବେ ବାଜି କିନ୍ତୁ ଓଲଟି ଯାଇଛି । ଆଜି ସକାଳେ ହଠାତ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନଭିସ୍ । ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଫଡନଭିସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଏନସିପି ନେତା ଅଜିତ ପାୱାର ଶପଥ ନେଇଛନ୍ତି । ମାନେ ବିଜେପି ଓ ଏନସିପି ମିଳିତ ଭାବେ ମହାରାଷ୍ଟ୍ରରେ ସରକାର ଗଢ଼ିଛନ୍ତି ।

ବୁଧବାର ଏନସିପି ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ପରେ ମହାରାଷ୍ଟ୍ରରେ ବଡ଼ ରାଜନୈତିକ ଟ୍ବିଷ୍ଟ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଥିଲା । ତେବେ ଏହା ପରେ ଲଗାତାର ଦୁଇ ଦିନ ଧରି ଶିବସେନା ସହ ଏନସିପି ଆଲୋଚନା କରିବା ପରେ ଏହି ଚର୍ଚ୍ଚାରେ ବ୍ରେକ ଲାଗିଥିଲା ।

ଗତାକାଲି ଏନସିପି, କଂଗ୍ରେସ ଓ ଶିବସେନାର ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ  ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ତିନିଦଳ  ସହମତି ପ୍ରକାଶ କରିଥିଲେ । ଆଜି ଶିବସେନା-କଂଗ୍ରେସ ଓ ଏନସିପି ମିଳିତ ଭାବେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଆଜି ସକାଳ ସମୟରେ ଏନସିପି-ବିଜେପି ମିଶି ମେଣ୍ଟ ସରକାର ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ ଓ ଉପ ମୁଖମନ୍ତ୍ରୀ ଭାବେ ଏନସିପିର ଅଜିତ ପାଓ୍ବାର ଶପଥ ନେଇଛନ୍ତି ।  



from Prameya News7 https://ift.tt/2QIAoK7
ମହାରାଷ୍ଟ୍ର ରାଜନୀତିରେ ବଡ଼ ଟ୍ବିଷ୍ଟ : ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନଭୀସ୍ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାରଙ୍କ ଶପଥ ମହାରାଷ୍ଟ୍ର ରାଜନୀତିରେ ବଡ଼ ଟ୍ବିଷ୍ଟ : ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନଭୀସ୍ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାରଙ୍କ ଶପଥ Reviewed by SUBHENDU BARAL on November 22, 2019 Rating: 5

No comments:

Powered by Blogger.